ଖୋଲିଲା ଧବଳେଶ୍ୱର ପୀଠ : କରୋନା କଟକଣା ମଧ୍ୟରେ ପୂଜକ ପରିବାର କରୁଛନ୍ତି ଦର୍ଶନ

 ୧୧ରୁ ସର୍ବସାଧାରଣଙ୍କୁ ମିଳିବ ପ୍ରବେଶ ଅନୁମତି

70

କନକ ବ୍ୟୁରୋ : ଖୋଲିଲା ଆଠଗଡର ପ୍ରସିଦ୍ଧ ଧବଳେଶ୍ୱର ପୀଠ । କୋଭିଡ ନିୟମ ପାଳନ କରି ଦର୍ଶନ କରିବାକୁ ନିର୍ଦ୍ଦେଶ ରହିଛି । ଆଜିଠାରୁ ମନ୍ଦିର ଖୋଲିଥିବା ବେଳେ ଆଜି ପ୍ରଥମ ଦିନରେ ମନ୍ଦିର ପୂଜକ ଓ ତାଙ୍କ ପରିବାର ଦର୍ଶନ କରୁଛନ୍ତି । ସେହିପରି ଆସନ୍ତାକାଲି ଶନିବାର ଓ ରବିବାର ଦିନ ସ୍ଥାନୀୟ ମଂଚେଶ୍ୱର ପଂଚାୟତ ବାସୀ ବାବା ଧବଳେଶ୍ୱରଙ୍କ ଦର୍ଶନ କରିପାରିବେ ।

ଏହାପରେ ଅନ୍ୟାନ୍ୟ ଲୋକେ ଦର୍ଶନ କରିପାରିବେ । କରୋନା କଟକଣା ମଧ୍ୟରେ ପୂଜକ ପରିବାର ଆଜି ଦର୍ଶନ କରୁଛନ୍ତି । ୧୧ତାରିଖରୁ ସର୍ବସାଧାରଣଙ୍କୁ ମିଳିବ ପ୍ରବେଶ ଅନୁମତି । କରୋନା ମହାମାରୀ ଯୋଗୁଁ ୧୦ମାସ ହେଲା ବନ୍ଦ ରହିଥିଲା ମନ୍ଦିର । ଆଠଗଡ ଉପଜିଲ୍ଲାପାଳ ଓ ପୂଜକ ସମିତିର ନିଷ୍ପତି କ୍ରମେ ସାଧାରଣ ଦର୍ଶନ ପାଇଁ ଅନୁମତି ମିଳିଛି । ଆଜି ରାତି ୪ଟାରୁ ପହଡ ଖୋଲାଯାଇ ସ୍ନାନ ଓ ମଙ୍ଗଳ ଆରତି ପରେ ଦର୍ଶନ ନିମନ୍ତେ ସୁଯୋଗ ଦିଆଯାଇଛି ।