କନକ ବ୍ୟୁରୋ : ଆଜି କାର୍ତ୍ତିକ ମାସର ପ୍ରଥମ ସୋମବାର । ଏହି ଦିନରେ ପ୍ରତ୍ୟକ ବର୍ଷ ଚଳଚଂଚଳ ହୋଇ ଉଠିଥାଏ ଆଠଗଡର ଧବଳେଶ୍ୱର ପୀଠ । କିନ୍ତୁ ଚଳିତ ବର୍ଷ ଭକ୍ତଶୂନ୍ୟ ହୋଇଛି ଆଠଗଡର ପ୍ରସିଦ୍ଧ ଧବଳେଶ୍ୱର ପୀଠ ।  ପ୍ରତ୍ୟେକ ବର୍ଷ କାର୍ତ୍ତିକ ସୋମବାରରେ ଏଠାରେ ହଜାର ହଜାର ଭକ୍ତଙ୍କ ଭିଡ ଲାଗି ରହୁଥିଲା । ଏଥର କରୋନା କଟକଣା ଯୋଗୁଁ  ଧବଳେଶ୍ୱର ପୀଠରେ ପ୍ରଭୁଙ୍କ ନୀତିକାନ୍ତି ଚାଲିଛି । କିନ୍ତୁ ଭକ୍ତଙ୍କ ଦର୍ଶନ ଓ ପ୍ରବେଶ ଉପରେ କଟକଣା ଜାରି ରହିଛି ।

Advertisment