ଆଜି ବଡ଼ଓଷା : ବଡ଼ସିଂହାର ବେଶରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ୱର

 ଲାଗି ହେବ ପ୍ରଭୁଙ୍କ ପ୍ରୀୟ ଗଜ ମଣ୍ଡା ଓ ତରଣ ଭୋଗ; କରୋନା କଟକଣା ବିନା ଭକ୍ତରେ ଚାଲିଛି ପୂଜାର୍ଚ୍ଚନା

119

କନକ ବ୍ୟୁରୋ : ଆଜି ହେଉଛି ବଡଓଷା ।  କଟକର ପ୍ରସିଦ୍ଧ ଧବଳେଶ୍ୱର ପୀଠରେ ଶିବଙ୍କ ବଡସିଂହାର ବେଶ ଚାଲିଛି ।  ପୀଠରେ ୧୪୪ ଧାରା ଜାରି ହୋଇଥିବାରୁ ବିନା ଭକ୍ତରେ ପାଳନ ହେଉଛି ବଡଓଷା ।  ଭୋରରୁ ସମସ୍ତ ନୀତିକାନ୍ତି ସହ  ୧୦୮ ଗରା ଜଳରେ  ସ୍ନାନ କରାଯାଇ ମଙ୍ଗଳଆଳତୀ ପରେ ପହଡ ଖୋଲାଯାଇଥିଲା । ଆଜି ରାତିରେ ଠାକୁରଙ୍କ ପ୍ରିୟ ଗଜଭୋଗ ଲାଗି ହେବ ।  ଏଥିପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି ।

କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ଅଁଳାନବମୀ ଓ ବଡ଼ଓଷାରେ ଧବଳେଶ୍ବର ପୀଠକୁ ଶ୍ରଦ୍ଧାଳୁଙ୍କୁ ବାରଣ କରାଯିବାସହ ପଞ୍ଚୁକ ଯାତ୍ରା ପାଇଁ ସମ୍ଭାବ୍ୟ ଭିଡକୁ ଦୃଷ୍ଟିରେ ରଖି ପ୍ରଶାସନ ନିଷ୍ପତ୍ତି ଗ୍ରହଣ କରିଛି । ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ପ୍ରାତଃ ୩ ଘଟିକାରୁ ରାତ୍ର ୧୦ ଘଟିକା ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ । କେବଳ ସେବାୟତ ମାନେ ମନ୍ଦିରକୁ ଯାଇ ନୀତିକାନ୍ତି କରିପାରିବେ। ମାତ୍ର ଭକ୍ତଙ୍କୁ ଦର୍ଶନ ନିଷେଧାଦେଶ କରାଯାଇଛି ।

ସୂଚନା ଅନୁଯାୟୀ, ଧବଳେଶ୍ବର ପୀଠରେ ପଞ୍ଚକ ଯାତ୍ରା ପାଇଁ ୧୪୪ ଧାରା ଜାରି । ମନ୍ଦିର ଭିତରକୁ ଭକ୍ତଙ୍କ ପ୍ରବେଶ ନିଷେଧ । ଏହା ପୂର୍ବରୁ କାର୍ତ୍ତିକ ମାସର ପ୍ରତ୍ୟେକ ସୋମବାରରେ ମଧ୍ୟ ୧୪୪ ଧାରା ଜାରି କରାଯାଇଛି । ଅଁଳାନବମୀ ଓ ବଡ଼ଓଷାରେ ମନ୍ଦିରକୁ ଶ୍ରଦ୍ଧାଳୁଙ୍କୁ ବାରଣ କରାଯାଇଛି। ତେବେ କୋଭିଡ଼ ଯୋଗୁ ଗତବର୍ଷ ମଧ୍ୟ ଧବଳେଶ୍ବର ପୀଠକୁ ଭକ୍ତଙ୍କୁ ବାରଣ କରାଯାଇଥିଲା ।