କନକ ବ୍ୟୁରୋ:ନବ ଦାସଙ୍କୁ ଯେଉଁଠି ହତ୍ୟା କରାଯାଇଥିଲା, ପୋଲିସ ଡିଜି ସେହି କ୍ରାଇମସ୍ପଷ୍ଟକୁ ଯାଇ ଅନୁଧ୍ୟାନ କରିଛନ୍ତି । ବିଭାଗର ବରିଷ୍ଠ ଅଧିକାରୀମାନଙ୍କ ସହ ଯାଇ ହତ୍ୟାକାଣ୍ଡ ଘଟିଥିବା ସ୍ଥାନକୁ ଦେଖିଛନ୍ତି ଡିଜିପି ସୁନୀଲ ବଂଶଲ । ଅନୁଧ୍ୟାନ ପରେ, ପ୍ରତିକ୍ରିୟା ରଖିଛନ୍ତି ।
କ୍ରାଇମସ୍ପଷ୍ଟରେ ଅନୁଧ୍ୟାନ କରିବା ପରେ, ଅନୁମାନ କରାଯାଉଥିଲା ନବ ଦାସଙ୍କ ହତ୍ୟାକାଣ୍ଡକୁ ନେଇ କିଛି ବଡ ସୂଚନା ଦେଇପାରନ୍ତି ପୋଲିସ ଡିଜି । କିନ୍ତୁ ସେମିତି କିଛି ହୋଇନାହିଁ । କ୍ରାଇମବ୍ରାଞ୍ଚ ତଦନ୍ତକୁ ନେଇ ଗଣମାଧ୍ୟମ ପ୍ରତିନିଧିଙ୍କୁ ଡିଜିପି କହିଛନ୍ତି, ସବୁ ଦିଗରୁ କରାଯାଉଛି ତଦନ୍ତ । ରାଜ୍ୟ ଓ କେନ୍ଦ୍ରୀୟ ଫରେନସିକ ବିଶେଷଜ୍ଞଙ୍କ ସହାୟତା ନିଆଯାଉଛି । କିନ୍ତୁ ଆଉ କିଛି ଦିନ ସମୟ ଲାଗିବ ।
କୁହାଯାଉଛି, ନବ ଦାସଙ୍କୁ ହତ୍ୟା କରିଥିବା ଗୋପାଳ ମାନୁଛନ୍ତି, କିନ୍ତୁ କାହିଁକି ମାରିଲେ ସେ ନେଇ କୌଣସି ସଠିକ୍ ଉତ୍ତର ଦେଉନାହାନ୍ତି । କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା ନିଜେ ଘଣ୍ଟା ଘଣ୍ଟା ଜେରା କରି ମଧ୍ୟ କିଛି ପାଉନାହାନ୍ତି । ଚର୍ଚ୍ଚା ହେଉଛି ଖୋଦ୍ ପୋଲିସ୍ ଅଧିକାରୀ ହୋଇ ଥିବାରୁ, ତଦନ୍ତକୁ କିପରି ବାଟବଣା କରାଯାଏ, ସେ କଥା ଗୋପାଳଙ୍କୁ ବେଶ ଭଲ ଭାବରେ ଜଣା । ତେଣୁ ସତକୁ ଲୁଚାଇବା ପାଇଁ ତଦନ୍ତକୁ ଗୋଲ ଗୋଲ ବୁଲାଉଛନ୍ତି ଅଭିଯୁକ୍ତ ଗୋପାଳ । ତେଣୁ ଗୋପାଳଙ୍କଠାରୁ ସତ ବାହାର କରିବା କ୍ରାଇମବ୍ରାଞ୍ଚ ପାଇଁ ବଡ ଚ୍ୟାଲେଞ୍ଜ ହୋଇଛି ।
କ୍ରାଇମବ୍ରାଞ୍ଚପାଇଁ କ’ଣ ଚ୍ୟାଲେଞ୍ଜ?
- ଅଭିଯୁକ୍ତ ଗୋପାଳ ଦାସ ଜଣେ ପୋଲିସ ଅଧିକାରୀ
- ତଦନ୍ତକୁ କିପରି ବାଟବଣା କରାଯାଇପାରିବ ତାହା ତାଙ୍କୁ ବେଶ୍ ଜଣା
- ତଦନ୍ତକାରୀ ଅଧିକାରୀଙ୍କ ପ୍ରଶ୍ନକୁ ଚତୁରତାର ସହ ବାଟବଣା କରିପାରିବେ
- ପାଇଖାନା ଟାଙ୍କିରୁ ଜବତ କାଗଜର ଲେଖା ପଢିବା ବଡ଼ ଚ୍ୟାଲେଞ୍ଜ
- ଜବତ କାଗଜ ଟୁକୁଡା ଯୋଡି, ସେଥିରୁ ଲିଭିଯାଇଥିବା ଅକ୍ଷର ଚିହ୍ନିବା କଷ୍ଟକର
- ଡଟ୍ ପେନ୍ରେ ଲେଖାଯାଇଥିଲେ ତଥ୍ୟ ମିଳିବାର ସମ୍ଭାବନା ରହିଛି
- କିନ୍ତୁ, ଇଙ୍କ୍ କିମ୍ବା ଜେଲ୍ ପେନ୍ରେ ଲେଖାହୋଇଥିବା ପ୍ରମାଣ ମିଳିବା କଷ୍ଟକର
- ଗୋପାଳର ମାନସିକ ଅବସ୍ଥା ସେ ସମୟରେ କେମିତି ଥିଲା ପ୍ରମାଣ କରିବା କଷ୍ଟକର
ନବ ଦାସଙ୍କ ମୃତ୍ୟୁକୁ ଏହା ଭିତରେ ୧୧ ଦିନ ବିତିଲାଣି । ସେପଟେ ଦ୍ୱାଦଶ କ୍ରିୟା ପାଇଁ ଜୋରସୋରରେ ପ୍ରସ୍ତୁତି ଚାଲିଛି । କିନ୍ତୁ ହତ୍ୟାର କାରଣ ଜଣାନପଡିବା କ୍ରାଇମବ୍ରାଞ୍ଚର ତଦନ୍ତ ପ୍ରକ୍ରିୟା ଉପରେ ବଡ ପ୍ରଶ୍ନ ଚିହ୍ନ ସୃଷ୍ଟି କରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/02/vlcsnap-2023-02-08-19h36m04s547.jpg)