କନକବ୍ୟୁରୋ :ରାତି ପାହିଲେ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପଡ଼ିବ ଭୋଟ । ୪ଲୋକସଭା ଏବଂ ୨୮ଟି ବିଧାନସଭା ପାଇଁ ହେବ ମତଦାନ । ନିର୍ବାଚନ ପ୍ରସ୍ତୁତି ନେଇ ପ୍ରେସମିଟରେ ସୂଚନା ଦେଇଛନ୍ତି ପୋଲିସ ଡିଜି ଅରୁଣ ଷଡ଼ଙ୍ଗୀ । ସୁରକ୍ଷା ସହ ନିରପେକ୍ଷ ମତଦାନ ପାଇଁ ୧୭ ହଜାର ପୋଲିସ ଓ ୧୦୭ କମ୍ପାନୀ ଅର୍ଦ୍ଧ ସାମରିକ ବାହିନୀ ମୁତୟନ ହୋଇଛନ୍ତି ।
୬୦୦ ମୋବାଇଲ ୟୁନିଟ ପାର୍ଟି ନିଯୁକ୍ତ କରାଯାଇଛି । ସୀମାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ୫୧ଟି ଇଂଟର ଷ୍ଟେଟ ବର୍ଡରକୁ ସିଲ କରାଯାଇଛି । ସିସିଟିଭି କ୍ୟାମେରାରେ ପ୍ରତି ଟି ଗତିବିଧିର ନଜର ରଖାଯାଉଥିବା କହିଛନ୍ତି ଡିଜିପି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/05/dgp.jpg)