କନକ ବ୍ୟୁରୋ: ପୋଲିସ ମହାନିର୍ଦ୍ଦେଶକ ଭାବେ ଦାୟିତ୍ୱ ନେବା ପରେ ସପରିବାର ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ୱାଇ ବି ଖୁରାନିଆ । ଶ୍ରୀଜିଉଙ୍କୁ ଦର୍ଶନ କରିବା ପରେ ପୁରୀ ପୋଲିସ ପକ୍ଷରୁ ତାଙ୍କୁ ମହାପ୍ରଭୁଙ୍କ ଖଣ୍ଡୁଆ ପ୍ରଦାନ କରାଯାଇଥିଲା । ଶ୍ରୀମନ୍ଦିର ସୁରକ୍ଷାକୁ ପ୍ରାଥମିକତା ଦେବା ସହ ଭକ୍ତଙ୍କ ସୁରକ୍ଷାକୁ ଗୁରୁତ୍ୱ ଦିଆଯିବ ବୋଲି କହିଛନ୍ତି ୱାଇ ବି ଖୁରାନିଆ । ଖୁବ ଶୀଘ୍ର ଶ୍ରୀମନ୍ଦିର ସ୍ୱତନ୍ତ୍ର ବାଟାଲିୟନ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବ ବୋଲି ସେ କହିଛନ୍ତି ।
ଦାୟିତ୍ୱ ନେବା ପରେ ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କ ଆଶିଷ ନେଲେ ଡିଜିପି ; କହିଲେ, ଖୁବ ଶୀଘ୍ର କାର୍ଯ୍ୟକ୍ଷମ ହେବ ଶ୍ରୀମନ୍ଦିର ସ୍ୱତନ୍ତ୍ର ବାଟାଲିୟନ
/kanak/media/post_attachments/wp-content/uploads/2024/08/Screen-Shot-2024-08-17-at-10.27.55-AM.png)