କନକ ବ୍ୟୁରୋ: ଆନ୍ଦୋଳନରତ ଡ୍ରାଇଭରଙ୍କୁ ଚେତାବନୀ ଦେଲେ ଡିଜିପି । ଡିଜିପି ସୁନିଲ ବଂସଲ କହିଛନ୍ତି ଆଇନ ହାତକୁ ନେଲେ ବରଦାସ୍ତ କରାଯିବନି । ଧାରଣାରେ ବସିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସେମାନଙ୍କୁ ପ୍ରତିଶ୍ରୁତି ମିଳିବା ପରେ ବି ସେମାନେ ଆନ୍ଦୋଳନ ଜାରିରଖିଛନ୍ତି । ଆଇନ ଅନୁସାରେ ଡ୍ରାଇଭର ମାନେ ଧର୍ମଘଟ କରୁନାହାନ୍ତି । ଅନେକ ସ୍ଥାନରେ ପୋଲିସ ଉପରେ ଆକ୍ରମଣ କରାଯାଇଛି । ତେଣୁ ଏଭଳି କରି ସେମାନେ ଆଇନକୁ ହାତକୁ ନେଇଛନ୍ତି । ଆନ୍ଦୋଳନ ନକରି ଆଲୋଚନାକୁ ଆସିବାକୁ ଡ୍ରାଇଭରଙ୍କୁ ଡିଜିପି ଆହ୍ୱାନ ଦେଇଛନ୍ତି ।
ଡ୍ରାଇଭରଙ୍କୁ ଚେତାବନୀ ଦେଲେ ଡିଜିପି। କହିଲେ, ଆଇନ ହାତକୁ ନେଲେ ବରଦାସ୍ତ କରାଯିବନି।
/kanak/media/post_attachments/wp-content/uploads/2023/03/60-2.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)