ରଥଯାତ୍ରା ପୂର୍ବରୁ ସୁରକ୍ଷା ନେଇ ପୋଲିସ ଡିଜିଙ୍କ ସମୀକ୍ଷା । ଶ୍ରୀକ୍ଷେତ୍ରକୁ ଜଗିବ ସିସିଟିଭି, ରେଳ ଯାତ୍ରୀଙ୍କ ସୁରକ୍ଷାକୁ ଗୁରୁତ୍ୱ ।

87

କନକ ବ୍ୟୁରୋ: ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାର ସୁରକ୍ଷା ନେଇ ରାଜ୍ୟ ସରକାରଙ୍କ ତତ୍ପରତା । ରଥଯାତ୍ରା ମାସକ ପୂର୍ବରୁ ପ୍ରସ୍ତୁତି ବୈଠକ କରିଛନ୍ତି ପୋଲିସ୍ ମହାନିର୍ଦ୍ଦେଶକ ରାଜେନ୍ଦ୍ର ପ୍ରସାଦ ଶର୍ମା । ବୈଠକ ପରେ ଡିଜିପି କହିଛନ୍ତି କି, ବାତ୍ୟା ଫୋନି ପ୍ରଭାବରେ ପୁରୀ ଅଧିକ ପ୍ରଭାବିତ ହୋଇଛି । ବିଶେଷ କରି ବହୁ ସିସିଟିଭି ନଷ୍ଟ ହୋଇଛି, ତେଣୁ ସୁରକ୍ଷା ପାଇଁ ବଡ ଚ୍ୟାଲେଞ୍ଜ ହେବ । ବାତ୍ୟାରେ ଏଥି ପାଇଁ ଅସ୍ଥାୟୀ ସିସିଟିଭି ଲାଗିବ । କଂଟ୍ରୋଲ ରୁମରୁ ସିଧାସଳଖ ଭାବେ ସିସିଟିଭି ମନିଟରିଂ କରି ସୁରକ୍ଷା ବ୍ୟବସ୍ଥାକୁ ସୁଦ୍ରୁଢ କରାଯିବ ।

ସେହିପିର ଅଘଟଣ ରୋକିବା ପାଇଁ ବ୍ୟାପକ ଫୋର୍ସ ସଜାଗ ରହିବେ । ଗୁଇନ୍ଦା ବିଭାଗର ସୂଚନା ଜରିଆରେ ସୁରକ୍ଷା ବ୍ୟାବସ୍ଥାକୁ ଆହୁରି କଡାକଡି କରାଯିବ । ବିଶେଷ କରି ରେଳ ଯାତ୍ରୀଙ୍କ ସୁରକ୍ଷା, ଅଘଟଣ ଏଡାଇବାକୁ ବ୍ୟବସ୍ଥା କରାଯିବ । ଖୁବସୀଘ୍ର ବିଏସଏଫ, ସିଆରପିଏଫ, କୋଷ୍ଟଗାର୍ଡଙ୍କୁ ନେଇ ସମନ୍ୱୟ ବୈଠକ ହେବ ବୋଲି ସେ କହିଛନ୍ତି ।

ଅନ୍ୟପଟେ ଆସନ୍ତା ଜୁଲାଇ ୪ ତାରିଖରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ହେବାକୁଥିବାବେଳେ ରଥଯାତ୍ରା ସମୟରେ କିପରି ଭାବେ ଆଇନଶୃଙ୍ଖଳା ପରିସ୍ଥିତି ଉପରେ କଡା ନଜର ରଖାଯିବ ବୋଲି ପୋଲିସ୍ ମହାନିର୍ଦ୍ଦେଶକ ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଆଲୋଚନା ହୋଇଛି ।