କନକ ବ୍ୟୁରୋ : ଲାଲଗଡରେ ପୋଲିସ ମହାନିର୍ଦ୍ଦେଶକ ଅଭୟ । ମାଓବାଦୀଙ୍କ ଗତିବିଧି ସ୍ଥିତି ସମୀକ୍ଷା କରିବା ପାଇଁ ବରିଷ୍ଠ ଆଇପିଏସ ଅଫିସରଙ୍କ ସହିତ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅନ୍ତର୍ଗତ ଦୁର୍ଗମ ଟେମୃପାଲିରେ ପହଁଚିଥିଲେ ଡିଜିପି । ମାଓବାଦୀଙ୍କୁ ନିପାତ କରିବା ଲାଗି ଟେମୃପାଲିଠାରେ ଅବସ୍ଥାପିତ ବିଏସଏଫ୍ କ୍ୟାମ୍ପରେ ସୁରକ୍ଷାକର୍ମୀଙ୍କୁ ଗୁରୁମନ୍ତ୍ର ପ୍ରଦାନ କରିଛନ୍ତି ଡିଜିପି । ଲାଲଗଡରେ ଶାନ୍ତି ଫେରାଇ ଆଣିବା ଲାଗି ଏହି ଅବସରରେ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ଡିଜିପି ।
ମାଥିଲିରେ ପୋଲିସ ଡିଜିପି ଅଭୟ : ବିଏସଏଫ୍ କ୍ୟାମ୍ପରେ ମାଓ ସ୍ଥିତି ନେଇ ସମୀକ୍ଷା
/kanak/media/post_attachments/wp-content/uploads/2021/07/vlcsnap-2021-07-18-11h46m42s486.png)