ସୁରକ୍ଷିତ ରଥଯାତ୍ରା ପାଇଁ ବୈଠକ କଲେ ପୋଲିସ ଡିଜି । ଘୋଷଯାତ୍ରାରେ ମୁତୟନ ହେବେ ୧୮୦ ପ୍ଲାଟୁନ୍ ପୋଲିସ ଫୋର୍ସ ।

83

କନକ ବ୍ୟୁରୋ: ରଥଯାତ୍ରା ସୁରକ୍ଷା ପାଇଁ ବୈଠକ । ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ପୋଲିସ ଡିଜି ଅରୁଣ ଷଡ଼ଙ୍ଗୀ । ଚଳିତ ବର୍ଷ ରଥଯାତ୍ରାରେ ମୁତୟନ ହେବେ ୧୮୦ ପ୍ଲାଟୁନ ପୋଲିସ ଫୋର୍ସ । ୪ ଅତିରକ୍ତ ଡିଜି ପାହ୍ୟା ଅଧିକାରୀ, ୬ ଜଣ ଆଇଜି ଏବଂ ଡିଆଇଜି ପାହ୍ୟା ଅଧିକାରୀଙ୍କ ସହ ୧୩୦ ଜଣ ଇନସ୍ପେକ୍ଟର, ୬୭୫ ଜଣ ଏଏସଆଇ ମୁତୟନ ହେବେ ।

କେନ୍ଦ୍ରକୁ ୫ କମ୍ପାନୀ ରାପିଡ ଆକ୍ସନ ଫୋର୍ସ ପାଇଁ ଚିଠି ଲେଖାଯାଇଛି । ସେପଟେ ପାର୍କିଂ ସ୍ଥାନର ଅନୁଧ୍ୟାନ ପାଇଁ ଡ୍ରୋନ ଯୋଗେ ନଜର ରଖାଯିବ । ଲୋକଙ୍କ ସୁବିଧା ପାଇଁ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ସୂଚନା ଦିଆଯିବ । ଚଳିତ ବର୍ଷ ଦୁଇ ଦିନ ରଥ ଟଣା ହେବାକୁ ଥିବା ବେଳେ ରାଷ୍ଟ୍ରପତିଙ୍କ ସମେତ ବହୁ ବଶିଷ୍ଟ ଅତିଥି ଶୀକ୍ଷେତ୍ର ଆସିବେ । ତେଣୁ ସୁରକ୍ଷା ବ୍ୟବସ୍ଥା ବଡ଼ ଚାଲେଞ୍ଜ ହୋଇଛି ।