ମାଡମାରି ନିଲମ୍ବିତ ହେଲେ କେନ୍ଦୁଝର ପାଟଣା ଥାନା IIC: ଟ୍ୱିଟ୍ କରି ସୂଚନା ଦେଲେ ଡିିଜିପି; କହିଲେ, କ୍ଷମତାର କରିଛନ୍ତି ଅପବ୍ୟବହାର
ଥାନା ଭିତରେ ଯୁବକଙ୍କୁ ମାଡମାରିବାର ଭିଡିଓ ହୋଇଥିଲା ଭାଇରାଲ
କନକ ବ୍ୟୁରୋ: ପୁଲିସ ଅଧିକାରୀଙ୍କୁ ମହଙ୍ଗା ପଡିଲା ମାଡ । ଥାନାରେ ଆଇଆଇସିଙ୍କ ଥାର୍ଡ ଡିଗ୍ରୀ ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ପୁଲିସ ମହାନିର୍ଦେଶକ ଅଭୟ କୁମାର । ସଂପୃକ୍ତ କେନ୍ଦୁଝର ଜିଲ୍ଲା ପାଟଣା ଥାନାର ଆଇଆଇସି ସଂଧ୍ୟାରାଣୀ ଜେନାଙ୍କୁ ନିଲମ୍ବନ କରାଯାଇଛି । ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ପୁଲିସ ଡିଜି । ଥାନା ଭିତରେ ଯୁବକଙ୍କୁ ଠେଙ୍ଗାରେ ପଟିବା ସହ ଗୋଇଠା ମାରି କ୍ଷମତାର ଅପବ୍ୟବହାର କରିବା ଅଭିଯୋଗରେ ତାଙ୍କୁ ନିଲମ୍ବିତ କରିଛନ୍ତି ଡିଜିପି ।
Kanak News is now on WhatsApp
Join and get latest news updates delivered to you via WhatsApp
DGP has placed Inspector Sandhya Rani Jena IIC Patna PS of Keonjhar dist under suspension for her misconduct .
— DGP, Odisha (@DGPOdisha) May 23, 2020
ଆଇଆଇସି ସଂଧ୍ୟାରାଣୀ ଯୁବକଙ୍କୁ ନିସ୍ତୁକ ପିଟିବା ଭିଡିଓ ସୋସିଆଲ ମିଡିଆରେ ଘୁରି ବୁଲିବା ପରେ ସାରା ରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିଲା । ଘଟଣାକୁ ଗୁରୁତର ସହ ନେଇ ଜବାବ ମାଗିଥିଲେ ରାଜ୍ୟ ମାନବାଧିକାର କମିଶନ । କେନ୍ଦୁଝର ଏସପିଙ୍କୁ ଜବାବ ମାଗିବା ସହ ମାଡ ଖାଇଥିବା ଯୁବକଙ୍କୁ କ୍ଷତିପୂରଣ ଦେବା ପାଇଁ କହିଥିଲେ । କ୍ଷତି ପୂରଣ ବାବଦକୁ ଆଇଆଇସି ସଂଧ୍ୟାରାଣୀଙ୍କ ଦରମାରୁ ୧୦ ହଜାର ଟଙ୍କା କାଟି ସଂପୃକ୍ତ ଯୁବକଙ୍କୁ ଦେବାକୁ କହିଥିଲେ ରାଜ୍ୟ ମାନବାଧିକାର କମିଶନ ।