ବୀରମିତ୍ରପୁରର ପୂର୍ବତନ ଆଇଆଇସିି ଆନନ୍ଦ ମାଝି ଚାକିରୀରୁ ବହିଷ୍କୃତ । ନାବାଳିକା ଗଣଦୁଷ୍କର୍ମ ମାମଲାରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ

ଟୁଇଟ୍ କରି ସୂଚନା ଦେଲେ ଡିଜିପି । ପୂର୍ବରୁ ହୋଇଥିଲେ ନିଲମ୍ବିତ

1,567

କନକ ବ୍ୟୁରୋ: ବୀରମିତ୍ରପୁରର ପୂର୍ବତନ ଆଇଆଇସି  କାର୍ଯ୍ୟରୁ ବହିଷ୍କୃତ । ନାବାଳିକା ଗଣଦୁଷ୍କର୍ମ ମାମଲାରେ ଆନନ୍ଦ ଚନ୍ଦ୍ର ମାଝୀଙ୍କୁ ବହିଷ୍କୃତ କରାଯାଇଛି । ନାବାଳିକା ଗଣଦୁଷ୍କର୍ମ ଓ ବେଆଇନ ଗର୍ଭପାତ ମାମଲାରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଡିଜିପି ଏନେଇ ଟୁଇଟ କରି ସୂଚନା ଦେଇଛନ୍ତି ।  ଆଇଆଇସିଙ୍କ କାର୍ଯ୍ୟ ଆମକୁ ନିନ୍ଦିତ ଓ ଲଜ୍ୱିତ କରିଛି । ନାବାଳିକା ଝିଅଙ୍କ ପାଖରେ କ୍ଷମାପ୍ରାର୍ଥନା କରୁଛୁ ବୋଲି ଡିଜିପି ଟୁଇଟ କରିଛନ୍ତି । ଆନନ୍ଦ ଚନ୍ଦ୍ର ମାଝୀଙ୍କୁ ପୂର୍ବରୁ ନିଲମ୍ବିତ କରାଯାଇଥିଲା । ତାଙ୍କ ଯାଗାରେ ନୂତନ ଥାନା ଅଧିକାରୀ ଭାବେ ସ୍ନିଗ୍ଧାରାଣୀ ସୁନା କାର୍ଯ୍ୟରେ ଯୋଗ ଦେଇଥିଲେ ।

ଗତ ୨୨ ତାରିଖରେ ଏଭଳି ଘଟଣା ଜଣାପଡିଥିଲା । ମାର୍ଚ୍ଚ ୨୫ ତାରିଖରେ ଉଦ୍ଧାର ହୋଇଥିବା ନାବାଳିକା ଜଣଙ୍କ ଅଢେଇ ମାସର ଗର୍ଭବତୀ ଥିବା ବେଳେ ଅଭିଯୁକ୍ତ ଥାନା ଅଧିକାରୀ ଆନନ୍ଦ ମାଝୀଙ୍କ ନିର୍ଦେଶ କ୍ରମେ ବୀରମିତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ତାଙ୍କର ଗର୍ଭପାତ କରାଯାଇଥିଲା । ସେଠାରେ ନାବାଳିକାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାକୁ ଅଣାଯାଇଥିଲା । ଆଉ ସେଠାରେ ହିଁ ସତ ସାମ୍ନାକୁ ଆସିଥିଲା । ଏହି ଘଟଣାକୁ ନେଇ ପୁଲିସ୍ ମହାନିର୍ଦେଶକ ଅଭୟ ମାମଲାର ତଦନ୍ତ କରିବାକୁ କ୍ରାଇମବ୍ରାଞ୍ଚକୁ ନିର୍ଦେଶ ଦେଇଥିଲେ । ଆଉ ପ୍ରଥମେ ନିଲମ୍ବନ ପରେ ଆଜି ଶ୍ରୀ ମାଝୀଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ସମ୍ବାଦ ଓ କନକ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ‘ସମ୍ବାଦ’ ଗ୍ରୁପର ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

Comments are closed.