ମାଓବାଦୀଙ୍କ ବିରୋଧରେ ବଡ ଅପରେସନ ସଫଳ । ଡିଜିପିଙ୍କ ସୂଚନା, ଜବତ ହୋଇଛି ବହୁ ପରିମାଣର ଅସ୍ତ୍ରଶସ୍ତ୍ର

ମାଲକାନଗିରିରେ ଓଡ଼ିଶା ପୁଲିସ ନେତୃତ୍ୱରେ ବିଏସଏଫ, ସିଆରପିଏଫ ଓ ଏସଓଜିର ଚାଲିଥିବା ମିଳିତ ଅପରେସନ

182

କନକ ବ୍ୟୁରୋ: ମାଲକାନଗିରିରେ ମାଓବାଦୀଙ୍କ ବିରୋଧରେ ବଡ ଅପରେସନ ସଫଳ ।ଏହି ଅପରେସନରେ ବହୁ ପରିମାଣର ଅସ୍ତ୍ରଶସ୍ତ୍ର ଜବତ ହୋଇଥିବା ନେଇ ସୂଚନା ଦେଲେ ପୋଲିସ ଡିଜି ଅଭୟ । କହିିଲେ ଏତେ ପରିମାଣର ଅସ୍ତ୍ରଶସ୍ତ୍ର ଜବତ ହେବା ଓଡିଶା ଇତିହାସରେ ପ୍ରଥମ ଘଟଣା ।ମାଓବାଦୀମାନେ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ଲୁଚାଇଥବା ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଓଡିଶା ପୋଲିସ ନେତୃତ୍ୱରେ ଆନ୍ଧ୍ରପ୍ରଦେଶ ପୋଲିସ, ବିଏସଏଫ, ସିଆରପିଏଫ, ଏସଓଜି, ମିଳିତ ଭାବେ ଏହି ଚଢ଼ାଉ କରିଥିଲେ । ଜାନୁଆରୀ ୧୫ରେ ମାଲକାନଗିରିରେ ମାଓବାଦୀଙ୍କ ସହ ଏକ୍ସଚେଞ୍ଜ ଫାୟାର ହୋଇଥିଲା । ଏହି ଅପରେସନ ତିନି ଚାରି ଦିନ ଧରି ଚାଲିଥିଲା ।

ଗତ ମାସ ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଂଚଳରେ, ଓଡିଶା ପୁଲିସ ଦ୍ୱାରା ଏକ ବ୍ୟାପକ ଏବଂ ସମ୍ମିଳିତ ଅପରେସନ କରାଯାଇଥିଲା । ଓଡିଶା ପୁଲିସ, ବିଏସଏଫ, କୋବ୍ରା ଏବଂ ଆନ୍ଧ୍ର ପୁଲିସର ଦଲ ଗୁୁଡିକ ଏଥିରେ ସାମିଲ ହୋଇଥିଲେ ଏବଂ ଏହା ଉକ୍ତ ଅଂଚଳରେ କରାଯଆଥଇବା ଅପରେସନ ମାନଙ୍କ ମଧ୍ୟରୁ ଅନ୍ୟତମ ବୃହତର ମାଓବାଦୀ ବିରୋଧି ଅପରେସନ ଥିଲା । ଏହି ଅପରେସନ ବିଛିନ୍ନଂଚଳରେ ରାସ୍ତା ନିର୍ଣାଣ କାର୍ଯ୍ୟ, ଯାହାକୁ ମାଓବାଦୀମାନେ ବିରୋଧ କରିଆସୁଥିଲେ, ସୁରକ୍ଷା ପ୍ରଦାନରେ ସହାୟକ ହୋଇଥିଲା । ସଡକ ଯୋଗାଯୋଗ ଉକ୍ତ ଅଂଚଳର ଉନ୍ନତି ପାଇଁ ଉଦ୍ଦିଷ୍ଟ ଯାହାକି ଜନସାଧାରଣଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବା ପାଇଁ ମାନସିକ ସ୍ତରରେ ପରିବର୍ତ୍ତନ ଆଣିବାରେ ସହାୟକ ହୋଇଥାଏ ।

ଉକ୍ତ ସମ୍ମିଳିତ ଅପରେସନ ପରେ ପରେ ମାଲକାନଗିରି ଏସପିଙ୍କ ନେତୃତ୍ୱରେ ଓଡିଶା ପୁଲିସର ଏସଓଜି ଓ ଡିଭିଏଫ ବାହିନୀ ସହିତ ମାଓବାଦୀଙ୍କର ଗୋଇଗୁଣା ଗାଁ ନିକଟରେ ୧୫ ତାରିଖରେ ଗୁଳି ବିନିମୟ ଘଟିଥିଲା । ଉକ୍ତ ଗୁଳି ବିନିମୟର ଘଟଣା ପରେ ମାଓବାଦୀଙ୍କ ଆଡ୍ଡାରୁ ଜବତ କରାଯାଇଥିବା ଦସ୍ତାବିଜ ଏବଂ ବୈଦ୍ୟୁତିକ ଉପକରଣରୁ ପ୍ରାପ୍ତ ତଥ୍ୟ ଭିତିରେ ସୁରକ୍ଷା ବାହିନୀ ତରଫରୁ ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଂଚଳ ଏବଂ ଆଖପାଖ ଅଂଚଳରେ ବ୍ୟାପକ ଖାନତଲାସି କରାଯାଇ ବିପୁଳ ପରିମାଣର ଅସ୍ତ୍ର ଶସ୍ତ୍ର ଗୁଳି ଗୋଳା ଏବଂ ଅନ୍ୟାନ୍ୟ ସାମଗ୍ରୀ ଉଦ୍ଧାର କରାଯାଇଛି । ତେବେ ପୁଲିସର ଏହି ସଫଳତା ମାଓବାଦୀଙ୍କ ହିଂସାତ୍ମକ କାର୍ଯ୍ୟକଳାପ ପ୍ରତି ଏକ ଶକ୍ତ ଧକ୍କା ବୋଲି କହିଛନ୍ତି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ପୁଲିସ ମହାନିର୍ଦ୍ଦେଶକ ।