କାଲିଠୁ ରାଜ୍ୟରେ କୋଭିଡ୍ ଟିକା ନେବେ ପୋଲିସ ଅଧିକାରୀ । ପ୍ରଥମ ଟିକା ନେବେ ଡିଜିପି ଅଭୟ ।

Advertisment
କାଲିଠୁ ରାଜ୍ୟରେ କୋଭିଡ୍ ଟିକା ନେବେ ପୋଲିସ ଅଧିକାରୀ । ପ୍ରଥମ ଟିକା ନେବେ ଡିଜିପି ଅଭୟ ।

କନକ ବ୍ୟୁରୋ: କାଲିଠୁ ରାଜ୍ୟରେ କୋଭିଡ୍ ଟିକା ନେବେ ସମସ୍ତ ପୋଲିସ ଅଧିକାରୀ । ଏହି କ୍ରମରେ ପୋଲିସ ଡିଜି ଅଭୟ ଆସନ୍ତାକାଲି ପ୍ରଥମ ଟିକା ନେବେ । ଏହାପରେ ରାଜ୍ୟର ଅନ୍ୟ ପୋଲିସ ଅଧିକାରୀ ଟିକା ଗ୍ରହଣ କରିବେ । ଏନେଇ ଆଜି ପୋଲିସ କମିସନର ସୁଧାଂଶୁ ଷଡଙ୍ଗୀ ସୂଚନା ଦେଇଛନ୍ତି ।

ଆସନ୍ତାକାଲି ଭୁବନେଶ୍ୱରରେ ମୋଟ ୧୯ଟି ପ୍ରତିଷ୍ଠାନରେ ୮୯୩୭ ଜଣ କର୍ମଚାରୀ ଟିକା ନେବେ । ଭୁବନେଶ୍ୱର ସିପି ଅଫିସ ସମେତ ୩ଟି ସ୍ଥାନରେ ଏହି ଟିକା ଦିଆଯିବ । ସେହିପରି କଟକର ୧୧ଟି ପ୍ରତିଷ୍ଠାନରେ ୬୮୬୭ ପୋଲିସ କର୍ମଚାରୀଙ୍କୁ ଟିକା ଦିଆଯିବ ବୋଲି ପୋଲିସ କମିସନର ସୂଚନା ଦେଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe