କନକ ବ୍ୟୁରୋ: କାଲିଠୁ ରାଜ୍ୟରେ କୋଭିଡ୍ ଟିକା ନେବେ ସମସ୍ତ ପୋଲିସ ଅଧିକାରୀ । ଏହି କ୍ରମରେ ପୋଲିସ ଡିଜି ଅଭୟ ଆସନ୍ତାକାଲି ପ୍ରଥମ ଟିକା ନେବେ । ଏହାପରେ ରାଜ୍ୟର ଅନ୍ୟ ପୋଲିସ ଅଧିକାରୀ ଟିକା ଗ୍ରହଣ କରିବେ । ଏନେଇ ଆଜି ପୋଲିସ କମିସନର ସୁଧାଂଶୁ ଷଡଙ୍ଗୀ ସୂଚନା ଦେଇଛନ୍ତି ।
ଆସନ୍ତାକାଲି ଭୁବନେଶ୍ୱରରେ ମୋଟ ୧୯ଟି ପ୍ରତିଷ୍ଠାନରେ ୮୯୩୭ ଜଣ କର୍ମଚାରୀ ଟିକା ନେବେ । ଭୁବନେଶ୍ୱର ସିପି ଅଫିସ ସମେତ ୩ଟି ସ୍ଥାନରେ ଏହି ଟିକା ଦିଆଯିବ । ସେହିପରି କଟକର ୧୧ଟି ପ୍ରତିଷ୍ଠାନରେ ୬୮୬୭ ପୋଲିସ କର୍ମଚାରୀଙ୍କୁ ଟିକା ଦିଆଯିବ ବୋଲି ପୋଲିସ କମିସନର ସୂଚନା ଦେଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/02/3-3.jpg)