ଢେଙ୍କାନାଳ କଙ୍କଡାହାଡ ଆଇଆଇସି ନିଲମ୍ବିତ । ଅନିୟମିତତା ଓ ବିଶୃଙ୍ଖଳିତ ଆଚରଣ ପାଇଁ ପ୍ରମୋଦ ଜେନାଙ୍କୁ ନିଲମ୍ବିତ କରାଯାଇଥିବା ସୂଚନା

କାର୍ଯ୍ୟାନୁଷ୍ଠାନ ନେଲେ ପୁଲିସ ଡିଜି ଅଭୟ

216

କନକ ବ୍ୟୁରୋ: ଆଇଆଇସି ସସପେଣ୍ଡ । ଢେଙ୍କାନାଳ କଙ୍କଡାହାଡ ଆଇଆଇସି ପ୍ରମୋଦ ଲେଙ୍କାଙ୍କୁ ନିଲମ୍ବିତ କରାଯାଇଛି । ପୁଲିସ ଡିଜି ଅଭୟ ଆଇଆଇସିଙ୍କୁ ନିଲମ୍ବିତ କରିଛନ୍ତି । ଅନିୟମିତତା ଓ ବିଶୃଙ୍ଖଳିତ ଆଚରଣ ପାଇଁ ଆଇଆଇସିଙ୍କୁ ନିଲମ୍ବିତ କରାଯାଇଥିବା  ଜଣାପଡିଛି । ସସପେଣ୍ଡ ସମୟରେ ତାଳଚେର ଆଇଆଇସିଙ୍କ ଅଧିନରେ ରହିବେ ପ୍ରମୋଦ ଲେଙ୍କା ।

ସେପଟେ, ପୁଲିସ ଡିଜିଙ୍କ ନିର୍ଦେଶକ୍ରମେ ଆଉ ଜଣେ ପୁଲିସ୍ ଏସଆଇଙ୍କୁ ଅନୁଗୁଳ ଆରକ୍ଷୀ ଅଧୀକ୍ଷକ ନିଲମ୍ବିତ କରିଥିବା ଘଟଣା ଅନୁଗୁଳରେ ଚର୍ଚ୍ଚାର ବିଷୟ ହୋଇଛି। ଗତ ୨୮ ତାରିଖ ଦିନ ଅନୁଗୁଳ ଆଦର୍ଶ ଥାନାର ଏସଆଇ ଅରକ୍ଷିତ ସେଠୀ ବାପି ପ୍ରଧାନ ନାମକ ଜଣେ ଯୁବକଙ୍କୁ ତାଙ୍କର ଅନୁଗୁଳ ସହରର ଲିଙ୍ଗରାଜଯୋଡ଼ିରୁ ଗିରଫ କରିଥିଲେ। ବାପି ପ୍ରଧାନଙ୍କଠାରୁ ବେଆଇନ୍ ୩ଟି ପିସ୍ତଲ, ୯ଟା ଗୁଳି ଓ ଗୋଟିଏ ଖାଲି ମାଗାଜିନ୍ ଜବତ କରିଥିଲା ପୁଲିସ୍। ଏହାପରେ ପୁଲିସ୍ ଏସଆଇ ଅରକ୍ଷିତ ସେଠୀ ବାପିଙ୍କ ବିରୁଦ୍ଧରେ କୋହଳ ଦଫା (୨୫(୧ ବି) ଲଗାଇଲେ, ଯାହା ଫଳରେ ସେ ସହଜରେ ନ୍ୟାୟାଳୟରୁ ଜାମିନ୍ ପାଇଥିଲେ।

ଗତକାଲି ପୁଲସ୍ ମହାନିର୍ଦେଶକ ଅଭୟ ଅନୁଗୁଳ ଗସ୍ତ ଅବସରରେ ଏହି ଘଟଣାକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ। ଏହାପରେ ପୁଲିସ୍ ମହାନିର୍ଦେଶକଙ୍କ ନିର୍ଦେଶକ୍ରମେ ଆଜି ପୁଲିସ୍ ଏସ୍ ଆଇ ଅରକ୍ଷିତ ସେଠୀଙ୍କୁ ଅନୁଗୁଳ ଆରକ୍ଷୀ ଅଧୀକ୍ଷକ ଜଗମୋହନ ମୀନା ନିଲମ୍ବିତ କରିଛନ୍ତି।

Comments are closed.