ମାଲକାନଗିରିର ମଲାଲାଙ୍କୁ ଭେଟିଲେ ଡିଜିପି ଅଭୟ: କହିଲେ, ସ୍କୁଲ ଅଙ୍ଗନବାଡି ଓ ସ୍ୱାସ୍ଥ୍ୟକୁ ସ୍ୱାଭାବିକ କରିବା ପାଇଁ ହେବ ଉଦ୍ୟମ; କୁଶୁମାଣି ଖିଲଙ୍କ ନିସ୍ୱାର୍ଥପର ଉଦ୍ୟମକୁ କଲେ ପ୍ରଶଂସା

100

କନକ ବ୍ୟୁରୋ: ଆମେ ଆପଣଙ୍କୁ ଜଣାଇଥିଲୁ ମାଲକାନଗିରିର ମଲାଲା କୁଶୁମାଣି ଖିଲଙ୍କ କାହାଣୀ । କିପରି ଜଣେ ଆଦିବାସୀ ଝିଅ ଉପାନ୍ତ ଅଂଚଳରେ ଶିକ୍ଷାର ମଞ୍ଜି ବୁଣିବା ପାଇଁ ଚେଷ୍ଟା କରୁଛନ୍ତି । ଯେଉଁଠି ଶିକ୍ଷକ ପହଂଚି ପାରୁନାହାନ୍ତି, କରୋନା କଟକଣା ପାଇଁ ପାଠପଢା ବ୍ୟାହତ ହେଉଛି ଓ ସ୍କୁଲ ଘର ନଥିବାରୁ ପାଠ ପଢାର ରାହାରୁ ଦୁରେଇ ଯାଉଛନ୍ତି ଛାତ୍ରଛାତ୍ରୀ ସେଠି ଶିକ୍ଷାର ନୂଆ ଆଶା ତିଆରି କରୁଛନ୍ତି ମାଲକାନଗିରିର କୁଶୁମାଣି ଖିଲ । ଲାଲ କରିଡରର ଛୋଟ ଛୋଟ ପିଲାଙ୍କୁ ପାଠ ପଢାଉଛନ୍ତି ।

ଆଉ ଯେତେବେଳେ ମାଲକାନଗିରିର ମାଂଓ କରିଡରରେ ଥିବା ଗୋରାସେତୁରେ ପ୍ରଶାସନ ପହଂଚିଛି ସେତେବେଳେ ମାଲକାନଗିରିର ମଲାଲାଙ୍କୁ ଭେଟିବାକୁ ଭୁଲିନାହାନ୍ତି ଡିଜିପି ଅଭୟ । ରବିବାର ଡିଜିପିଙ୍କ ମାଲକାନଗିରି ଗସ୍ତ ବେଳେ ତାଙ୍କୁ ଭେଟିଛନ୍ତି କୁଶୁମାଣି ଖିଲ । ଖୁବଶୀଘ୍ର ସେହି ଅଂଚଳରେ ଅଙ୍ଗଡବାଡି କେନ୍ଦ୍ର ଏବଂ ପାଠ ପଢିବା ପାଇଁ ଅନ୍ୟାନ୍ୟ ଆନୁଷଙ୍ଗିତ ସୁବିଧା ଯୋଗାଇ ଦିଆଯିବ ବୋଲି ଡିଜିପି ତାଙ୍କୁ କହିଛନ୍ତି ।