କରୋନା ଆକ୍ରାନ୍ତଙ୍କ ପାଇଁ ବଦଳିଲା ଚିକିତ୍ସା ନିୟମ : ଔଷଧ ତାଲିକାରୁ କ୍ଲୋରକ୍ୟୁଇନ୍, ଆଇଭରମ୍ୟାକ୍ଟିନ୍, ଜିଙ୍କ୍ ଓ ମଲ୍ଟିଭିଟାମିନ୍ ବାଦ୍

Advertisment
କରୋନା ଆକ୍ରାନ୍ତଙ୍କ ପାଇଁ ବଦଳିଲା ଚିକିତ୍ସା ନିୟମ : ଔଷଧ ତାଲିକାରୁ କ୍ଲୋରକ୍ୟୁଇନ୍, ଆଇଭରମ୍ୟାକ୍ଟିନ୍, ଜିଙ୍କ୍ ଓ ମଲ୍ଟିଭିଟାମିନ୍ ବାଦ୍

କନକ ବ୍ୟୁରୋ : ଲକ୍ଷଣ ଦେଖା ଯାଉନଥିବା କିମ୍ବା ସାମାନ୍ୟ ଲକ୍ଷଣ ଦେଖା ଯାଉଥିବା କକୋନା ଆକ୍ରାନ୍ତଙ୍କ ଚିକିତ୍ସା ପଦ୍ଧତିକୁ ପରିବର୍ତ୍ତନ କରିଛି କେନ୍ଦ୍ର । ଏ ସଂପର୍କିତ ଟାସ୍କଫୋର୍ସ ଔଷଧ ନିୟମାବଳୀରେ ପରିବର୍ତନ କରି ନୂଆ ନିର୍ଦ୍ଦେଶାବଳୀ ଜାରି କରିଛି । ନୂଆ ନିୟମ ଅନୁସାରେ ଏଣିକି ଆଉ ଲକ୍ଷଣ ନଥିବା କିମ୍ବା ସାମାନ୍ୟ ଲକ୍ଷଣ ଥିବା କରୋନା ଆକ୍ରାନ୍ତଙ୍କୁ ହାଇଡ୍ରୋକ୍ସି କ୍ଲୋରକ୍ୟୁଇନ୍, ଆଇଭରମ୍ୟାକ୍ଟିନ୍, ଡକ୍ସିସାଇକ୍ଲିନ୍, ଜିଙ୍କ ଓ ମଲ୍ଟି ଭିଟାମିନ ଔଷଧ ଦିଆଯିବ ନାହିଁ ।

ସେହିପରି ଅନାବଶ୍ୟକ ଭାବେ ସିଟି ସ୍କାନ ନକରିବାକୁ କୁହାଯାଇଛି । ରୋଗୀଙ୍କୁ ଷ୍ଟିମ ଦେବା, ଆଂଟିବାୟୋଟିକ୍ ଔଷଧ କିମ୍ବା ଭିଟାମିନ ଓ ଜିଙ୍କ ଦେବାକୁ ବାରଣ କରାଯାଇଛି । ଷ୍ଟେରଏଡ୍, ଅସ୍କିଜେନ୍ କିମ୍ବା ପାରାସିଟାମୋଲକୁ ଠିକ ଭାବେ ଉପଯୋଗ କରୁବାକୁ ନିର୍ଦ୍ଦେଶ ଦିଆଯାଇଛି । ପ୍ଲାଜମା ଥେରାପୀକୁ ବାରଣ କରାଯାଇଥିବାବେଳେ ଟୋସିଲିଜୁମାବ ଭଳି ଜୀବନ ରକ୍ଷୀକାରୀ ଔଷଧକୁ ସୁବିନିଯୋଗ କରିବାକୁ ନୂଆ ଗାଇଡଲାଇନରେ କୁହାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe