କନକ ବ୍ୟୁରୋ :ଭାଇରସ ମାରିବ ଭିରାଫିନ! କରୋନା ମୁକାବିଲାରେ ଭିରାଫିନ ଔଷଧ ବ୍ୟବହାରକୁ ମଞ୍ଜୁରୀ ଦେଇଛି ଭାରତୀୟ ଔଷଧ ନିୟାମକ ବା ଡିଜିସିଆଇ । ଔଷଧ ନିର୍ମାଣକାରୀ କମ୍ପାନୀ ଜାଏଡ଼ସ କାଡ଼ିଲା ଦ୍ୱାରା ପ୍ରସ୍ତୁତ ଭିରାଫିନକୁ ଭାରତୀୟ ଔଷଧ ନିୟାମକ ବା ଡିଜିସିଆଇ ଅନୁମୋଦନ ଦେଇଛି । ଜରୁରୀକାଳୀନ ବ୍ୟବହାର ପାଇଁ ଡିଜିସିଆଇ ଏହି ଔଷଧକୁ ବ୍ୟବହାର ପାଇଁ ଅନୁମତି ଦେଇଛି । କରୋନା ରୋଗୀଙ୍କ ପାଇଁ ବର୍ତ୍ତମାନ ଫାଭିପିରାଭିର ଓ ରେମଡେସିଭିର ବ୍ୟବହାର କରାଯାଉଛି ଜ୍ଝ ସୂଚନା ମୁତାବକ କମ୍ପାନୀ ଦାବି କରିଛି ୯୧.୧୫ ପ୍ରତିଶତ ରୋଗୀଙ୍କ କ୍ଷେତ୍ରରେ ଏହା ସଫଳ ହୋଇଛି ।
କମ୍ପାନୀ ଦାବି କରିଛି ଯେ ପେଗିଲେଟେଡ୍ ଇଣ୍ଟରଫେରନ୍ ଆଲଫା ୨ ବି (ଭିରାଫିନ) ଔଷଧ ୧୮ ବର୍ଷରୁ ଅଧିକ ବୟସ୍କ ଓ ସାମାନ୍ୟ ଲକ୍ଷଣ ଥିବା ରୋଗୀଙ୍କ କ୍ଷେତ୍ରରେ ପ୍ରଭାବଶାଳୀ ବୋଲି ପ୍ରମାଣିତ ହୋଇଛି। ଗତ ସପ୍ତାହରେ କମ୍ପାନୀ ଦ୍ୱାରା ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ ଏହି ଔଷଧ ରୋଗୀଙ୍କୁ ଶୀଘ୍ର ସୁସ୍ଥ କରିବାରେ ସାହାଯ୍ୟ କରିଥାଏ। ରେମଡେସିଭିର ବର୍ତ୍ତମାନ ଦେଶରେ କରୋନା ଚିକିତ୍ସାରେ ବ୍ୟବହୃତ ହେଉଛି।
ସେଥିପାଇଁ ସରକାର ଏହାର କଞ୍ଚାମାଲ ତଥା ଆଣ୍ଟି-ଭାଇରାଲ୍ ଔଷଧ ତିଆରିରେ ବ୍ୟବହୃତ ଅନ୍ୟାନ୍ୟ ସାମଗ୍ରୀ ଉପରେ ସୀମା ଶୁଳ୍କ ଛାଡ କରିବାକୁ ଘୋଷଣା କରିଛନ୍ତି। ରେମାଡେସିଭର୍ ଏକ ଆଣ୍ଟି-ଭାଇରାଲ୍ ଔଷଧ । ଇବୋଲା ମହାମାରୀ ସମୟରେ ଏହାର ପରୀକ୍ଷା କରାଯାଇଥିଲା।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/04/5a97acb0364b1.jpg)