ବିମାନ ଉଡାଣରେ ବିଳମ୍ବ ହେଲେ ମିଳିବ କ୍ଷତିପୂରଣ ! ଏହା ସହିତ ବିକଳ୍ପ ବିମାନର ବ୍ୟବସ୍ଥା ।

76

ଉଡାଜାହାଜରେ ଯାତ୍ରା ସମୟରେ ଯଦି ଆପଣ କୌଣସି କାରଣରୁ ଫଶିଯାଆନ୍ତି ଏବଂ ଆପଣଙ୍କର ଆଗତ ଫ୍ଲାଇଟ ମିସ ହୋଇଯାଏ, ତେବେ ଡିଜିସିଏର ଏହି ପ୍ରସ୍ତାବ ଅନୁଯାୟୀ ଆପଣଙ୍କୁ କ୍ଷତିପୂରଣ ଦିଆଯିବ । ଡାଇରେକ୍ଟର ଜେନେରାଲ ଅଫ ସିଭିିଲ ଏବିଏସନ (ଡିଜିସିଏ) ପ୍ରସ୍ତାବ ଅନୁଯାୟୀ ଯଦି କୌଣସି ଫ୍ଲାଇଟ ପ୍ଲାଟଫର୍ମରେ ବିଳମ୍ବରେ ପହଞ୍ଚେ ଏବଂ ଯାତ୍ରୀ କନେକ୍ଟିଂ ଫ୍ଲାଇଟ ଧରିବାରେ ବିଫଳ ହୁଅନ୍ତି ତେବେ ଏୟାରଲାଇନ୍ସ ଯାତ୍ରୀଙ୍କୁ ୨୦୦୦୦ ଟଙ୍କା କ୍ଷତିପୂରଣ କରିବେ ।

ସୂଚନା ଅନୁଯାୟୀ, ଡିଜିସିଏର ପ୍ରସ୍ତାବ ମୁତାବକ ଯଦି ଏୟାରଲାଇନ୍ସ କୌଣସି ଯାତ୍ରୀଙ୍କୁ ଜୋର ଜବରଦସ୍ତ ବୋର୍ଡିଂ ଦେବାକୁ ମନା କରିଦିଏ ତେବେ ୫୦୦୦ ଟଙ୍କା ପର୍ଯ୍ୟନ୍ତ କ୍ଷତିପୂରଣ ଦିଆଯିବ । ମୁଖ୍ୟତଃ କିଛି ଯାତ୍ରୀ ମାନେ ଉବର ବୁକିଂ କରି ଆସୁଥିବାରୁ ସେମାନଙ୍କୁ ବୋର୍ଡିଂ ପାସ ଜାରି କରାଯାଇ ନଥାଏ । ଏପରି ପରିସ୍ଥିତିରେ ଡିଜିସିଏଙ୍କ ପ୍ରସ୍ତାବ ମଞ୍ଜୁର କରାଯାଇ ପାରିବ । ଯଦିଓ ଏହି ବ୍ୟବସ୍ଥାକୁ ଏୟାରଲାଇନ୍ସ ବିରୋଧ କରିଥିଲା କିନ୍ତୁ ଏହା କାର୍ଯ୍ୟକାରୀ ହୋଇପାରିନଥିଲା ।

ଏହି ପ୍ରସ୍ତାବକୁ ଛାଡି ଡିଜିସିଏ ଆଉ ଏକ ପ୍ରସ୍ତାବ ଜାରି କରିଛନ୍ତି । ଯଦି କୌଣସି ବିମାନ ଉଡାଣରେ ୧୨୦ ମିନିଟରୁ ଅଧିକ ବିଳମ୍ବ କରେ ତେବେ ଏପରି ପରିସ୍ଥିତିରେ ଯାତ୍ରୀ ଚାହିଁଲେ ତାଙ୍କ ଯାତ୍ରାକୁ ରଦ୍ଦ କରିପାରିବେ ।