କନକ ବ୍ୟୁରୋ : ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ତରଫରୁ ଇଣ୍ଡିଗୋ ଏୟାରଲାଇନ୍ସ ଉପରେ ୩୦ ଲକ୍ଷ ଟଙ୍କାର ଜରିମାନା ଲଗାଇଛି । ଏବଂ ଡିଜିସିଏ ଆବଶ୍ୟକତା ଓ ଓଇଏମ ଗାଇଡଲାଇନ ଅନୁଯାୟୀ ସେମାନଙ୍କ ଦସ୍ତାବିଜ ଏବଂ ପ୍ରକ୍ରିୟାରେ ସଂଶୋଧନ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛି । ଇଣ୍ଡିଗୋ ଏୟାରଲାଇନ୍ସ ୨୦୨୩ ର ୬ମାସ ମଧ୍ୟରେ ଏ୩୨୧ ବିମାନରେ ୪ଟି ଟେଲ୍ ଷ୍ଟ୍ରାଇକ୍ ଘଟଣାର ସମ୍ମୁଖୀନ ହୋଇଥିଲା ।

Advertisment

ଡିଜିସିଏ ପକ୍ଷରୁ ଇଣ୍ଡିଗୋ ଏୟାରଲାଇନ୍ସ ଉପରେ ଏକ ସ୍ୱତନ୍ତ୍ର ଅଡିଟ୍ କରାଯାଇଥିଲା । ପରିଚଳାନା, ପ୍ରଶିକ୍ଷଣ, ଇଞ୍ଜିନିୟରିଂ ଏବଂ ଫ୍ଲାଇଟ୍ ଡାଟା ମନିଟରିଂ କାର୍ଯ୍ୟକ୍ରମ ଉପରେ ସେମାନଙ୍କର ଡୁକ୍ୟମେଣ୍ଟେସନ ଏବଂ ପ୍ରକ୍ରିୟାର ସମୀକ୍ଷା କରିଥିଲା ।

ଏହି ସମୀକ୍ଷା ବେଳେ ମିଳିଥିବା ତୃଟି ଆଧାରରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଇଣ୍ଡିଗୋ ଏୟାର ଲାଇନ୍ସ ଉପରେ ୩୦ ଲକ୍ଷ ଟଙ୍କାର ଜରିମାନା ଲଗାଇଛି ।