କନକ ବ୍ୟୁରୋ : ଗୋ ଫାଷ୍ଟ ଏୟାରଲାଇନ୍ସ ଉପରେ ଲାଗିଲା ୧୦ ଲକ୍ଷ ଟଙ୍କାର ଜରିମାନା । କାରଣ ଯାତ୍ରୀଙ୍କୁ ବିମାନବନ୍ଦରରେ ଛାଡି ଉଡାଣ ଭରିବା ଗୋ ଫାଷ୍ଟ ଏୟାରଲାଇନ୍ସକୁ ମହଙ୍ଗା ପଡିଛି । ଚଳିତ ମାସ ୯ ତାରିଖରେ ଗୋ ଫାଷ୍ଟ ଏୟାରଲାଇନ୍ସ ୫୫ ଜଣ ଯାତ୍ରୀଙ୍କୁ ବିମାନବନ୍ଦରରେ ଛାଡି ଉଡାଣ ଭରିଥିଲା । ବାଙ୍ଗାଲୋରରୁ ଦିଲ୍ଲୀକୁ ଉଡାଣ ଭରିଥିବା ଏହି ବିମାନ ଉପରେ ଜରିମାନା ଲଗାଇଛି ଡିଜିସିଏ । ଯାତ୍ରୀଙ୍କୁ ଛାଡିଯିବା ଘଟଣାରେ ଏୟାରଲାଇନ୍ସ କ୍ଷମା ମାଗିବା ସହ ଏକ ଘୋଷଣା ମଧ୍ୟ କରିଥିଲା । ଅସୁବିଧାର ସମ୍ମୁଖୀନ ହୋଇଥିବା ଯାତ୍ରୀ ଆଗାମୀ ୧୨ ମାସ ମଧ୍ୟରେ ଦେଶର ଯେକୌଣସି ସ୍ଥାନକୁ ଯିବାକୁ ମାଗଣା ଟିକେଟ ଦିଆଯିବ । ଏହାସତ୍ତେ୍ୱ ମଧ୍ୟ ଏୟାରଲାଇନ୍ସ ଉପରେ କଡା କାର୍ଯ୍ୟାନୁଷ୍ଠାନ ନେଇଛି ଡିଜିସିଏ ।

Advertisment

ଏହି ଘଟଣାକୁ ନେଇ ଯାତ୍ରୀ କହିଥିଲେ, ବିମାନ ଯାତ୍ରୀଙ୍କୁ ଛାଡି ତାଙ୍କର ସାମଗ୍ରୀ ନେଇ ଯାଇଥିଲା । ଆଉ ଏ ବାବଦରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଯାତ୍ରୀଙ୍କୁ ଜଣାନଥିଲା । ତେବେ ଅନ୍ୟ ବିମାନରେ ଯାତ୍ରୀଙ୍କୁ ଗନ୍ତବ୍ୟସ୍ଥଳକୁ ପଠାଯାଇଥିଲା । ଏହାସତ୍ତେ୍ୱ ମଧ୍ୟ ଯାତ୍ରୀଙ୍କୁ ସମସ୍ୟାରେ ପକାଇଥିବାରୁ ଏୟାରଲାଇନ୍ସ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।