ଚର୍ଚ୍ଚାରେ ପଡ଼ିଲା ପୂର୍ଣ୍ଣଛେଦ: ସିବିଆଇ ନିର୍ଦ୍ଦେଶକ ଭାବେ ନିଯୁକ୍ତି ପାଇଲେ ଏସ.କେ ଜୟସ୍ୱାଲ ।

164

କନକ ବ୍ୟୁରୋ: ଚର୍ଚ୍ଚାରେ ପଡ଼ିଲା ପୂର୍ଣ୍ଣଛେଦ । ସିବିଆଇ ନିର୍ଦ୍ଦେଶକ ଭାବେ ନିଯୁକ୍ତି ପାଇଲେ ଏସ.କେ ଜୟସ୍ୱାଲ । ୧୯୮୫ ବ୍ୟାଚ ମହାରାଷ୍ଟ୍ର କ୍ୟାଡର ଆଇପିଏସ ଅଧିକାରୀ ତଥା ସିଆଇଏସଏଫ ମୁଖ୍ୟ ସୁବୋଧ କୁମାର ଜୟସ୍ୱାଲ ନୂଆ ସିବିଆଇ ନିର୍ଦ୍ଦେଶକ ଭାବେ ନିଯ଼ୁକ୍ତ ହୋଇଛନ୍ତି । ତାଙ୍କ କାର୍ଯ୍ୟକାଳ ଦୁଇବର୍ଷ ପାଇଁ ରହିବ । ତେଲଗୀ ଷ୍ଟାମ୍ପ ଦୁର୍ନୀତି ମାମଲାର ତଦନ୍ତ କରି ସେ ପୂର୍ବରୁ ଚର୍ଚ୍ଚିତ ହୋଇଥିଲେ । ଗତ କାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା ଗୁରୁତ୍ବପୂର୍ଣ୍ଣ ବୈଠକରେ ସୁବୋଧଙ୍କ ନାମରେ ମୋହର ଲାଗିଥିଲା ।