ପିସିସିଏଫଙ୍କୁ ଭେଟିଲେ ମୃତ ଏସିଏଫ ସୌମ୍ୟରଂଜନଙ୍କ ବାପା । ପୁଅ ମୃତ୍ୟୁର ନିରପେକ୍ଷ ତଦନ୍ତ ପାଇଁ ଦାବି କଲେ ଡିଏଫଓଙ୍କ ବଦଳି 

235

କନକ ବ୍ୟୁରୋ: ପିସିସିଏଫଙ୍କୁ ଭେଟିଲେ ମୃତ ଏସିଏଫ ସୌମ୍ୟରଂଜନଙ୍କ ବାପା । ପୁଅ ମୃତ୍ୟୁର ତଦନ୍ତ ପାଇଁ ଡିଜିପିଙ୍କୁ ଭେଟି ଦାବି କରିବା ପରେ ପିସିସିଏଫଙ୍କୁ ଭେଟିଛନ୍ତି ବାପା ଅଭିରାମ ମହାପାତ୍ର । ନିରପେକ୍ଷ ତଦନ୍ତ ପାଇଁ ଗଜପତି ଡିଏଫଓଙ୍କ ବଦଳି ଦାବି କରିଛନ୍ତି । କାରଣ ପୁରା ମାମଲାରେ ମୂଳରୁ ଡିଏଫଓ ସଂଗ୍ରାମ କେଶରୀ ବେହେରାଙ୍କ ଭୂମିକାକୁ ସନ୍ଦେହ କରିଆସୁଛନ୍ତି ପରିବାର ।

ସୌମ୍ୟଙ୍କୁ ଜାଣିଶୁଣି ରାତି ଡ୍ୟୁଟି ଦେଇ ତାଙ୍କୁ ମାନସିକ ଭାବେ ଡିଏଫଓ ନିର୍ଯାତନା ଦେଇ ଆସୁଥିଲେ ବୋଲି ପରିବାର ଲୋକେ କହୁଛନ୍ତି । ଏପରିକି ସୌମ୍ୟଙ୍କ ପତ୍ନୀଙ୍କ ସହ ଡିଏଫଓଙ୍କ ସମ୍ପର୍କ ନେଇ ସଙ୍ଗୀନ ଅଭିଯୋଗ କରି ଆସୁଛନ୍ତି । ଏ ସବୁ ଭିତରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଦାବି କରି ପୁଅକୁ ନ୍ୟାୟ ଦେବାରେ ପୋଲିସକୁ ସହାୟତା କରିବା ପାଇଁ କହିଛନ୍ତି ସୌମ୍ୟଙ୍କ ବାପା ।