କନକ ବ୍ୟୁରୋ : ଭିଜିଲାନ୍ସ ରିମାଣ୍ଡରେ କୋଟିପତି ଡିଏଫଓ । ଆଜିଠୁ ନୂଆପଡା ଖରିଆର ଡିଏଫଓ ଶରତଚନ୍ଦ୍ର ପଣ୍ଡାଙ୍କୁ ୨ଦିନିଆ ରିମାଣ୍ଡରେ ନେଇଛି ଭିଜିଲାନ୍ସ । ଶରତଚନ୍ଦ୍ରଙ୍କ ସମ୍ପତି ବାବଦରେ ଅଧିକ ଖୋଳତାଡ କରିବେ ଭିଜିଲାନ୍ସ ଅଧିକାରୀ । ଗତକାଲି ଭୁବନେଶ୍ୱର ଭିଜିଲାନ୍ସ କୋର୍ଟରେ ଡିଏଫଓଙ୍କୁ ୩ଦିନିଆ ରିମାଣ୍ଡରେ ନେବା ପାଇଁ ଆବେଦନ କରିଥିଲା ଭିଜିଲାନ୍ସ । ତେବେ କୋର୍ଟ ତାଙ୍କୁ ଦୁଇ ଦିନିଆ ରିମାଣ୍ଡରେ ନେବା ପାଇଁ ଅନୁମତି ଦେଇଥିଲେ ।
Kanak News is now on WhatsApp
Join and get latest news updates delivered to you via WhatsApp
ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ଗତ ୨୬ତାରିଖରେ ଶରତଙ୍କୁ ଗିରଫ କରିଥିଲା ଭିଜିଲାନ୍ସ ବିଭାଗ । ଏହା ପୂର୍ବରୁ ଭିଜିଲାନ୍ସ ଓ ଆୟକର ବିଭାଗ ଶରତଙ୍କ ଖରିଆର କାର୍ଯ୍ୟାଳୟ, ଭୁବନେଶ୍ୱର ଗୌରୀ ନଗର ସ୍ଥିତ ବାସଭବନ ଓ ବାଲେଶ୍ୱର ଜିଲ୍ଲା ସୋର ବ୍ଲକରେ ଥିବା ପୈତୃକ ଘରେ ଚଢାଉ କରିଥିଲା । ୫କୋଟିରୁ ଅଧିକ ଆୟ ବର୍ହିଭୂତ ସମ୍ପତି ଠୁଳ ଥିବା ଜଣାପଡିଥିଲା ।
ଏହା ସହ ଦେଖନ୍ତୁ ଏହି ଭିଡିଓ –