କନକ ବ୍ୟୁରୋ : ରାୟଗଡ଼ା ଡିଏଫଓ ବିଜୟ କୁମାର ପରିଡାଙ୍କର ଆଖି ଖୋସି ହେଲା ଭଳି ସମ୍ପତି ଦେଖି ଭିଜିଲାନ୍ସ ତାଜୁବ । କୋଟି କୋଟି ଟଙ୍କାର ସମ୍ପତି ଠାବ ହେବା ପରେ ଡିଏଫଓଙ୍କୁ ଗିରଫ କରିଛି ଭିଜିଲାନ୍ସ । ଆଉ ଜେରା ବେଳେ ଭିଜିଲାନ୍ସ ହାତରେ ଯେଉଁସବୁ ତଥ୍ୟ ଲାଗିଛି, ତାହା ତାଜୁବ କଲା ଭଳି ।
ବାବୁଙ୍କ ଆୟବହିର୍ଭୂତ ସମ୍ପତି ତାଲିକା ୨୦୬ ପ୍ରତିଶତରୁ ଅଧିକ
ମୁନିକୁଡ଼ା ଲଣ୍ଡା ପାହାଡ଼ରେ ବୃକ୍ଷରୋପଣ ନାଁରେ ୩ କୋଟି ଟଙ୍କା ହରିଲୁଟ୍
କଟକ, ଭୁବନେଶ୍ୱର ସମେତ ବିଭିନ୍ନ ସ୍ଥାନରେ ୧୭ଟି ପ୍ଲଟ୍ ଠାବ
କଟକ ଶ୍ରୀକୋରୁଅଁଠାରେ ୯୫୦୦ ବର୍ଗଫୁଟ୍ର ୪ ମହଲା ଅଟ୍ଟାଳିକା ଠାବ
ବିରାଟ ଅଟ୍ଟାଳିକାର ମୂଲ୍ୟ ୧ କୋଟି ୮୦ ଲକ୍ଷ ଟଙ୍କା
ଭୁବନେଶ୍ୱର ପଳାଶୁୁଣିରେ ୫୧୦୦ ବର୍ଗଫୁଟରେ ତିନି ମହଲା କୋଠା
୬୩୦ ଗ୍ରାମ ସୁନା ଅଳଙ୍କାର ଠାବ

Advertisment

ଆୟବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ବିଜୟଙ୍କ ସରକାରୀ ବାସଭବନ ସମେତ ୭ଟି ସ୍ଥାନରେ ରେଡ୍ କରିଥିଲା ଭିଜିଲାନ୍ସ । ଗୁରୁବାର ରାତିରେ ରାୟଗଡା ଡିଏଫଓ ବିଜୟ କୁମାର ପରିଡାଙ୍କୁ ଭୁବନେଶ୍ୱର ଆଣି ଜେରା କରିଥିଲା ଭିଜିଲାନ୍ସ । ଏହି ସମୟରେ ଅନେକ ସମ୍ପତି ଠାବ କରିଛି ଭିଜିଲାନ୍ସ । ତାଙ୍କ ଘରୁ ନଗଦ ୧ ଲକ୍ଷ ୨୪ ହଜାର ଟଙ୍କା ଜବତ କରାଯାଇଥିଲା । ସେହିପରି ଜବତ କରାଯାଇଥିବା ବ୍ୟାଙ୍କ ଆକାଉଂଟରେ ଥିବା ଟଙ୍କା ଓ ଜୀବନ ବୀମା ଜମା ରାଶିର ହିସାବ କରାଯାଉଛି । ହିସାବ ମିଳିବା ପରେ ସମ୍ପତି ୬ କୋଟି ଟଙ୍କା ଟପିପାରେ ବୋଲି ଅନୁମାନ କରାଯାଉଛି ।
ଏଠି ପ୍ରଶ୍ନ ଉଠୁଛି,
ବୃକ୍ଷରୋପଣ ନାଁରେ ଦୁର୍ନୀତିର ମଞ୍ଜି ପୋତିଥିଲେ କି ବନ ଅଧିକାରୀ?
ବଡ଼ ବଡ଼ ଫ୍ଲାଟ ଓ ଘର ପାଇଁ କେଉଁଠୁ ଟଙ୍କା ଆଣିଥିଲେ ସରକାରୀ ବାବୁ?
ସରକାରୀ ଚାକିରିରୁ କେମିତି କୋଟିପତି ହୋଇଗଲେ ଡିଏଫଓ?