ଆଜିକାଲି ସମୟରେ ସରକାରୀ ଚାକିରୀଟିଏ କରିଦେଲେ ଲୋକ ଯେଉଁଠି ନିଜକୁ ସର୍ବେସର୍ବା ଭାବୁଛନ୍ତି ଏଭଳି ସମୟରେ ଜଣେ ବିଧାୟିକା କ୍ଷେତରେ କାମ କରୁଥିବା ଘଟଣା ଏବେ ଚର୍ଚ୍ଚାର ପରିସରକୁ ଆସିଛି । ଘଟଣାଟି ହେଉଛି ଛତିଶଗଡ ଦାନ୍ତେୱାଡା ଜିଲ୍ଲାର ବିଧାୟିକା ହେଉଛନ୍ତି ଦେବତୀ କର୍ମା । ଜନସାଧାରଣଙ୍କ ସମସ୍ୟାକୁ ସଡକରୁ ସଦନ ପର୍ଯ୍ୟନ୍ତ ପହଞ୍ଚାଇବାର ଶକ୍ତି ରଖୁଥିବା ଏହି ବିଧାୟିକା ଜଣେ ଗୃହିଣୀ ହେବା ସହ କ୍ଷେତରେ କାମ ମଧ୍ୟ କରୁଛନ୍ତି । ସେ ଧାନ କାଟିବା ହେଉ କି ବିହନ ବୁଣିବା ପ୍ରତି ସମୟରେ ସେ ଅନ୍ୟ କୃଷକଙ୍କ ସହ ମିଶି କ୍ଷେତରେ କାମ କରିଥାନ୍ତି ।
ଏ ନେଇ ପ୍ରଶ୍ନ ପଚାରିଲେ ଦେବତୀ କୁହନ୍ତି, ଆଦିବାସୀ ଘରର ଝିଅ ଏବଂ ବୋହୂ ହିସାବରେ ମୁଁ ମୋ କ ର୍ତ୍ତବ୍ୟ କରୁଛି । ମୋ କର୍ତ୍ତବ୍ୟ ଜନତାଙ୍କ ସେବା କରିବା ସେ ରାଜନୀତିରେ ହେଉ କିମ୍ବା ଚାଷକ୍ଷେତରେ ହେଉ ମୁଁ ମୋ କର୍ତ୍ତବ୍ୟରୁ କେବେହେଲେ ଅବହେଳା କରିନାହିଁ । ପ୍ରାରମ୍ଭରୁ ଜମିରେ କାମ କରୁଛି ଏବଂ ଆଗକୁ ମଧ୍ୟ କରିବି । କୃଷକ ଆସନ୍ତୁ ଅବା ନ ଆସନ୍ତୁ ମୁଁ ମୋ ଫ୍ରି ସମୟରେ ଜମିରେ କାମ କରିବାକୁ ପସନ୍ଦ କରେ ।
ଝିରମ୍ କାଣ୍ଡରେ ବିଧାୟିକାଙ୍କୁ ଜେଡ୍ ପ୍ଲସ୍ ସୁରକ୍ଷା ଦିଆଯାଇଛି । ସେ କୌଣସି ସଭା ସ୍ଥଳକୁ ଯାଆନ୍ତୁ ଅବା ସଂସଦକୁ ଯାଆନ୍ତୁ ସବୁଠାରେ ତାଙ୍କ ସହ ହତିଆର ଧରି ଯବାନ ରହିଥାନ୍ତି । କେବଳ ଏତିକି ନୁହଁ ଘରେ ଏବଂ କ୍ଷେତରେ କାମ କଲା ସମୟରେ ମଧ୍ୟ ବିଧାୟିକାଙ୍କୁ ସୁରକ୍ଷା ଦେବା ପାଇଁ ଅଙ୍ଗରକ୍ଷୀ ରହିଥାନ୍ତି । ବିଧାୟିକା ହୋଇଥବା ପରେ ମଧ୍ୟ ସାଧାରଣ ଜୀବନଶୈଳୀ ଏବଂ ଶ୍ରମିକଙ୍କ ପରି କାମ କରିବାକୁ ଏବେ ସବୁ ମହଲରେ ଭୁରି ଭୁରି ପ୍ରଶଂସା କରାଯାଉଛି । କେବଳ ଏତିକି ନୁହେଁ କୃଷକଙ୍କୁ ଠିକ୍ ମାର୍ଗରେ କାମ କରିବା ପାଇଁ ସେ ପ୍ରେରିତ ମଧ୍ୟ କରାନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2018/12/MLA.jpg)
/kanak/media/post_attachments/wp-content/uploads/2018/12/BNBGN-300x170.jpg)
/kanak/media/post_attachments/wp-content/uploads/2018/12/HH-300x192.jpg)