କନକ ବ୍ୟୁରୋ: ପ୍ରଭୁ ଶ୍ରୀ ରାମଚନ୍ଦ୍ରଙ୍କ ପାଇଁ ରାମ ସେତୁ ଶାଢୀ । ଦେଶ ବିଦେଶରୁ କୋଣ ଅନୁକୋଣରୁ ପ୍ରଭୁ ରାମଚନ୍ଦ୍ରଙ୍କ ପାଇଁ କିଏ କେତେ କଣ ପଠାଉଛି । ଆଉ ଏବେ ଓଡ଼ିଶାରୁ ପ୍ରଭୁ ରାମ ଚନ୍ଦ୍ରଙ୍କ ପାଇଁ ବାନ୍ଧକଳାରେ ପ୍ରସ୍ତୁତ କରାଯାଇଛି ରାମ ସେତୁ ଶାଢି । ବରଗଡ ଜିଲ୍ଲା କଟା ପାଲିର ଇଶ୍ୱର ମେହେର ପ୍ରସ୍ତୁତ କରିଛନ୍ତି ଏହି ରାମ ସେତୁ ଶାଢି । ଶାଢି ପ୍ରଭୁଙ୍କ ନାଁରେ ତିଆରି ହୋଇଥିବା ବେଳେ ତାର ସୂକ୍ଷ୍ମ କରୁକାର୍ଯ୍ୟକୁ ସମସ୍ତେ ବେଶ ପ୍ରଶଂସା କରିଛନ୍ତି ।

Advertisment

ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ଉତ୍ସବ ମୁଖର ଅଯୋଧ୍ୟା । ଦେଶର କୋଣ ଅନୁକୋଣରୁ ଭକ୍ତମାନେ ପ୍ରଭୁ ଶ୍ରୀରାମଙ୍କ ପାଇଁ ନାନା ସାମଗ୍ରୀ ପଠାଉଛନ୍ତି । ଓଡିଶା, ବରଗଡରୁ ଶ୍ରୀରାମଙ୍କ ପାଇଁ ପ୍ରସ୍ତୁତ ହୋଇଛି ବାନ୍ଧକଳାରେ ରାମ ସେତୁ ଶାଢି । ବରଗଡ ଜିଲ୍ଲା କଟାପାଲି ଗାଁର ଇଶ୍ୱର ମେହେର ପ୍ରସ୍ତୁତ କରିଛନ୍ତି ରାମ ସେତୁ ଶାଢି । ଏହାକୁ ପ୍ରସ୍ତୁତ କରିବା ପାଇଁ ଇଶ୍ୱର ମେହେରଙ୍କୁ ଲାଗିଥିଲା ୫ମାସର ସମୟ । ଏହାକୁ ପ୍ରସ୍ତୁତ କରିବା ପାଇଁ ବ୍ୟବହୃତ ହୋଇଛି ଖଦି କପଡା ସହ ପ୍ରାକୃତିକ ରଙ୍ଗ । ଅତି ସୂକ୍ଷ୍ମ କାରୁକାର୍ଯ୍ୟ ଏହି ଶାଢିରେ ରହିଛି । ଏହାକୁ ନେଇ ଦିଲ୍ଲୀ ଯାଇଛନ୍ତି ଇଶ୍ୱରଙ୍କ ସମ୍ପର୍କୀୟ ଭାଇ ଦୁଷ୍ୟନ୍ତ ।