କନକ ବ୍ୟୁରୋ: ଅଣସର ଘରେ ସୁସ୍ଥ ପରେ ମହାପ୍ରଭୁଙ୍କର ଆଜି ବନକଲାଗି ନୀତି । ଆସନ୍ତାକାଲି ସକାଳୁ ନେତ୍ରୋତ୍ସବ ଓ ନବଯୌବନ ଦର୍ଶନ କରିବେ ଭକ୍ତ । ଦତ ମହାପାତ୍ର ସେବାୟତଙ୍କ ଦ୍ୱାରା ଏହି ନୀତି ସମ୍ପନ୍ନ ହେବ । ଆସନ୍ତାକାଲି ନବଯୌବନ ଦର୍ଶନ ଓ ନେତ୍ରୋତ୍ସବ ରହିଥିବାରୁ ସକାଳ ୬ଟାରେ ଚକାଅପସର, ୬ଟା ୧୦ରେ ମଙ୍ଗଳ ଆଳତୀ, ମଇଲମ, ଅବକାଶ ଓ ସାଢ଼େ ୭ଟାରେ ଦଶଅବତାର ଠାକୁର ବାହୁଡ଼ା ବିଜେ, ସକାଳ ୮ଟାରେ ଅଣସର ତାଟି ଓ ପଟିଦିଅଁ ବିସର୍ଜନ ତାପରେ ଆରମ୍ଭ ହେବ ଭିତରକାଠ ନିକଟରେ ପରମାଣିକ ଦର୍ଶନ ୯ଟା ପର୍ଯ୍ୟନ୍ତ ହେବ । ଏବଂ ୯ଟା ଠାରୁ ୧୧ ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ହେବ ।

Advertisment

ସେପଟେ ରଥଟଣାକୁ ନେଇ ପୁଲିସ ପକ୍ଷରୁ କରାଯାଇଛି ମକଡ୍ରିଲ । ଏଡିଜି  ନିଜେ ଏହି ମକଡ୍ରିଲ  ସମୀକ୍ଷା କରିଥିବା ବେଳେ ସୁରକ୍ଷା ବ୍ୟବସ୍ଥାର ମଧ୍ୟ ଅନୁଧ୍ୟାନ କରିଛନ୍ତି । ରଥଯାତ୍ରା ଭଳି ଅବିକଳ ରଥଯାତ୍ରାର ଡେମୋ କରାଯାଇଛି ।