କନକ ବ୍ୟୁରୋ: ଆଜିଠୁ ରାମଲାଲାଙ୍କ ସାଧାରଣ ଦର୍ଶନ ଆରମ୍ଭ ହୋଇଛି । ମନ୍ଦିରରେ ରାମଲାଲାଙ୍କୁ ଦର୍ଶନ କରିବା ପାଇଁ ପ୍ରବଳ ଭିଡ଼ ଜମିଛି । ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସହ ଅନ୍ତ ହୋଇଛି ୫ଶହ ବର୍ଷର ଅପେକ୍ଷା । ଅସ୍ଥାୟୀ ଟେଂଟରୁ ଭବ୍ୟ ମନ୍ଦିରକୁ ଫେରିବା ପରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପରେ ଆଜିଠୁ ସାଧାରଣ ଦର୍ଶନ ଆରମ୍ଭ ହୋଇଛି । ମହାପ୍ରଭୁ ଶ୍ରୀରାମଙ୍କ ଦିବ୍ୟ ରୂପକୁ ଦେଖି, ବିଭୋର ହେଉଛନ୍ତି ଭକ୍ତ ।
![](https://cdn-icons-png.flaticon.com/512/2504/2504957.png)
Kanak News is now on WhatsApp
Join and get latest news updates delivered to you via WhatsApp
ସକାଳ ୭ଟାରୁ ଦିନ ସାଢ଼େ ୧୧ଟା ଏବଂ ଏହାପରେ ଅପରାହ୍ନ ୨ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ସାଧାରଣ ଦର୍ଶନ ପାଇଁ ଖୋଲା ରହିବ ମନ୍ଦିର । ପ୍ରାଣ ପ୍ରତିଷ୍ଠା ପରେ ପ୍ରଥମ ଦିନରେ ରାମଲାଲାଙ୍କୁ ଦର୍ଶନ କରି ଆର୍ଶୀର୍ବାଦ ନେବାକୁ ଭକ୍ତଙ୍କ ପ୍ରବଳ ଭିଡ଼ ଜମିଛି । ଭୋର ୩ଟାରୁ ମନ୍ଦିର ବାହାରେ ଭକ୍ତଙ୍କ ଭିଡ଼ ଜମିରହିଥିବା ବେଳେ ୭ଟାରୁ ଆରମ୍ଭ ହୋଇଛି ସାଧାରଣ ଦର୍ଶନ । ସକାଳ ୬ଟା ୩୦ରେ ଶୃଙ୍ଗାର ଆଳତି ସମ୍ପନ୍ନ ହୋଇଥିବା ବେଳେ ଅପରାହ୍ନ ୧୨ଟାରେ ଭୋଗ ଆଳତି ଓ ସନ୍ଧ୍ୟା ସାଢ଼େ ୭ଟାରେ ସନ୍ଧ୍ୟା ଆଳତି ସମ୍ପନ୍ନ ହେବ ।