ପହଣ୍ଡି ବେଳେ ଅଘଟଣ ! ସୁରକ୍ଷା ବଳୟ ଭାଙ୍ଗି ମହାପ୍ରଭୁଙ୍କୁ ଛୁଇଁଲେ ଭକ୍ତ

ପହଣ୍ଡି ବେଳେ ଅଘଟଣ ! ସୁରକ୍ଷା ବଳୟ ଭାଙ୍ଗି ମହାପ୍ରଭୁଙ୍କୁ ଛୁଇଁଲେ ଭକ୍ତ

କନକ ବ୍ୟୁରୋ : ଶ୍ରୀଜୀଉଙ୍କ ପହଣ୍ଡି ବେଳେ ଅଘଟଣ । ସୁରକ୍ଷା ବଳୟ ଭାଙ୍ଗି ମହାପ୍ରଭୁଙ୍କୁ ଛୁଇଁଲେ ଭକ୍ତ । ଶ୍ରୀସୁଦର୍ଶନଙ୍କ ପହଣ୍ଡି ବେଳେ ଏଭଳି ଅଘଟଣ ହୋଇଥିବା ସେବାୟତ ଅଭିଯୋଗ କରିଛନ୍ତି । ସୁଦର୍ଶନଙ୍କ ପହଣ୍ଡି ବେଳେ ପାରିମାଣିକ ଟିକେଟ୍ କରିଥିବା ଭକ୍ତ ଗହଳି ଭିତରେ ଧଶେଇ ପଶି ତାଂକୁ ଛୁଇଁଛନ୍ତି । ଏପରିକି ଶ୍ରୀଜଗନ୍ନାଥ ଓ ବଳଭଦ୍ରଙ୍କ ପହଣ୍ଡି ବେଳେ ବି କିଛି ଭକ୍ତ ମହାପ୍ରଭୁଙ୍କୁ ସ୍ପର୍ଶ କରିଥିବା ସେବାୟତ ଅଭିଯୋଗ କରିଛନ୍ତି । ଏଥିସହ ପ୍ରଶାସନର ସୁରକ୍ଷା ବ୍ୟବସ୍ଥା ଓ ଆଇନ୍ ଉପରେ ପ୍ରଶ୍ନ ଉଠାଇଛନ୍ତି । ପୂର୍ବରୁ ଶ୍ରୀଜୀଉଙ୍କ ପହଣ୍ଡି ଏବଂ ରଥାରୁଢ ଠାକୁରଙ୍କୁ ଛୁଇଁବା ଅପରାଧ ବୋଲି କହିସାରିଛି ପ୍ରଶାସନ । ତେବେ ପହଣ୍ଡି ବେଳେ ଆଜି ଶ୍ରୀଜୀଉଙ୍କୁ ଛୁଇଁବା ନେଇ ସେବାୟତଙ୍କ ଅଭିଯୋଗକୁ ଖଣ୍ଡନ କରିଛି ଶ୍ରୀମନ୍ଦିର ପ୍ରଶାସନ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe