କନକ ବ୍ୟୁରୋ: ଆଜି ପବିତ୍ର ଜାଗର । ପ୍ରଭୁ ଶିବଙ୍କ ପାଖରେ ଉଠିବ ମହାଦୀପ । ମହାଦେବଙ୍କ ନିକଟରେ ଭକ୍ତିର ଦୀପ ପ୍ରଜ୍ୱଳନ କରିବେ ଶ୍ରଦ୍ଧାଳୁ । ଶୈବପୀଠମାନଙ୍କରେ ସକାଳୁ ସକାଳୁ ଭକ୍ତଙ୍କ ଭିଡ ଲାଗିଛି । ଶିବରାତ୍ରୀ ପାଳନ ପାଇଁ ସବୁ ଶିବମନ୍ଦିରରେ ପ୍ରସ୍ତୁତି ସରିଛି । ମହାଦୀପ କେତେବେଳେ ଉଠିବ ସେନେଇ ସମୟ ନିର୍ଘଂଟ ବି ସରିଛି ।
ନିର୍ଘଂଟ ଅନୁସାରେ, ନୀତି ସମାପନ ପରେ ମନ୍ଦିରମାନଙ୍କରେ ମହାଦୀପ ଉଠିବ । ରାଜ୍ୟର ପ୍ରମୁଖ ଶୈବପୀଠମାନଙ୍କରେ ଜାଗର ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଶ୍ରୀଲିଙ୍ଗରାଜ, ଶ୍ରୀ ଲୋକନାଥ, ପ୍ରଭୁ ଧବଳେଶ୍ୱର, କପିଳାସ ମନ୍ଦିରରେ ଶୃଙ୍ଖଳିତ ଭାବେ ପୂଜାବିଧି ସମାପନ ପାଇଁ ବ୍ୟବସ୍ଥା କରାଯାଇଛି । ଜାଗର ପାଇଁ ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ଗ୍ରହଣ କରାଯାଇଛି । ଶୈବପୀଠମାନଙ୍କରେ ଶୃଙ୍ଖଳା ରକ୍ଷା ପାଇଁ ସୁରକ୍ଷାକର୍ମୀ ମାନେ ମୁତୟନ ହୋଇଛନ୍ତି । ଏହାସହ କୌଣସି ପ୍ରକାର ଅଘଟଣ ଏଡ଼ାଇବା ପାଇଁ କଡ଼ା ନଜର ରଖାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/03/shivratri-1-300x172.jpg)