କନକ ବ୍ୟୁରୋ : ନୂଆବର୍ଷରେ ନୂଆ ଦିନର ଆରମ୍ଭ । ଆଉ ଦିନର ଆରମ୍ଭ ହୋଇଛି ଭଗବାନଙ୍କ ଦର୍ଶନରୁ । ସୋମବାର ପଡୁଥିବାରୁ ବିଭିନ୍ନ ଦେବାଳୟରେ ଲାଗିଛି ଭିଡ । ସକାଳୁ ସକାଳୁ ଭଗବାନଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଲମ୍ବା ଲାଇନ୍ ଦେଖିବାକୁ ମିଳିଥିଲା । ଅନ୍ୟସ୍ଥାନ ଭଳି ବାବା ଧବଳେଶ୍ୱରଙ୍କ ପୀଠରେ ସକାଳୁ ସକାଳୁ ଭିଡ ଦେଖିବାକୁ ମିଳିଥିଲା । ଶିବମୟ ହୋଇଉଠିଥିଲା ପୁରା ପରିବେଶ । ବାବାଙ୍କ ଦର୍ଶନ ପାଇଁ ଦୂରଦୂରାନ୍ତରୁ ବହୁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଥିଲା ମନ୍ଦିରକୁ । ପାହାନ୍ତାରୁ ବାବା ଧବଳେଶ୍ୱରଙ୍କ ସମସ୍ତ ନୀତି କରାଯାଇଥିବା ବେଳେ ଦର୍ଶନ ଦେଇଥିଲେ ବାବା । ନୂଆ ବର୍ଷରେ ବାବାଙ୍କ ଦର୍ଶନ କରି ବେଶ୍ ଖୁସି ହୋଇଥିଲେ ଶ୍ରଦ୍ଧାଳୁ ମାନେ ।

Advertisment

ବାଲେଶ୍ୱର ଜଳେଶ୍ୱରର ଶୈବପୀଠ ବାବା ଚନ୍ଦନେଶ୍ୱରଙ୍କ ପୀଠରେ ଗହଳି ଲାଗିଥିଲା ନୂଆ ବର୍ଷରେ । ସମସ୍ତେ ଦିନର ଆରମ୍ଭ ବାବାଙ୍କ ଦର୍ଶନରୁ କରିଥିଲେ । ରାତି ୪ଟାରୁ ମନ୍ଦିର ଖୋଲିବା ପରେ ଚନ୍ଦନେଶ୍ୱରଙ୍କ ନୀତିକାନ୍ତି କରାଯାଇଥିଲା । ରାଜ୍ୟ ତଥା ରାଜ୍ୟ ବାହାରର ଲୋକମାନେ ମଧ୍ୟ ବାବା ଚନ୍ଦନେଶ୍ୱରଙ୍କ ଦର୍ଶନ ପାଇଁ ଆସିଥିଲେ । ବାବାଙ୍କ ପାଖରେ ପ୍ରସାଦ ଲଗାଇ ପୂଜାର୍ଚ୍ଚନା କରିଛନ୍ତି   ।

ବଳଦେବ ଜୀଉ ହେଉଛନ୍ତି ବଡ ଠାକୁର । କେନ୍ଦ୍ରାପଡାର ଆରାଧ୍ୟ ଦେବତା ହେଉଛନ୍ତି ବଳଦେବ ଜିଉ । ବଳଦେବ ଜୀଉଙ୍କ ଦର୍ଶନରୁ ନୂଆ ବର୍ଷ ଆରମ୍ଭ କରିଛନ୍ତି ଶ୍ରଦ୍ଧାଳୁ ମାନେ । ଜିଲ୍ଲା ତଥା ଜିଲ୍ଲା ବାହାରର ଲୋକମାନେ ମନ୍ଦିରରେ ପହଂଚି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ।