ପୂଜା ମଣ୍ଡପରୁ ଫେରିଗଲା ଶ୍ରଦ୍ଧାଳୁର ଭୋଗ । ପୂର୍ଜା ମଣ୍ଡପରେ ଛଳଛଳ ହୋଇ କାନ୍ଦିଲେ ମହିଳା ଭକ୍ତ । କରୋନା କଟକଣା ଯୋଗୁଁ ସାଧାରଣ ଦର୍ଶନରେ ଲାଗିଛି କଟକଣା, ନିରାଶ ହୋଇ ଫେରୁଛନ୍ତି ଶ୍ରଦ୍ଧାଳୁ ।

1,156

କନକ ବ୍ୟୁରୋ : ଧରାପୃଷ୍ଠରେ ଅବତରଣ କରିଛନ୍ତି ମହିସାମର୍ଦ୍ଦିନୀ । ମହାବେଦୀରେ ମହାମାୟାଙ୍କ ପୂଜା କରାଯାଇଛି । ଆଜି ପୀଠରେ ନବମୀ ପୂଜା କରାଯାଉଥିବା ବେଳେ ମଣ୍ଡପରେ ମୃଣମୟୀ ମୂର୍ତୀଙ୍କ ଅଷ୍ଟମୀ ନୀତି ଅନୁଷ୍ଠିତ ହୋଇଛି । ହେଲେ ଦେବୀ ଦୁଆରୁ ନିରାଶ ମନରେ ଫେରି ଯାଇଛି ଶ୍ରଦ୍ଧାଳୁ । ମାଆଙ୍କ ଦର୍ଶନ କରିବାକୁ ଆସିଥିବା ବ୍ରତଧାରୀଙ୍କୁ ମିଳିଲା ନାହିଁ ଭୋଗ କରିବାର ଅନୁମତି । ପୂଜା ମଣ୍ଡପରୁ କାନ୍ଦି କାନ୍ଦି ଫେରିଗଲେ ଶ୍ରଦ୍ଧାଳୁ ।

କରୋନା କାଳରେ ଫିକା ପଡିଛି ଦଶହରା ପୂଜା । ବିନା ଭକ୍ତରେ ପରଦା ପଛରେ ସଂପନ୍ନ ହେଉଛି ପୂଜା ନୀତି । ଆଜି ଅଷ୍ଟମୀ ବ୍ରତ କରିଥିବା ବ୍ରତଧାରୀମାନେ ଭୁବନେଶ୍ୱରର ବିଭିନ୍ନ ପୂଜା ମଣ୍ଡପରେ ପୂଜା କରିବା ପାଇଁ ଭୋଗ ନେଇ ପହଂଚିଥିଲେ । ଆଶା ଥିଲା ଦେବୀଙ୍କ ପାଖରେ ପୂଜା କରି ଆଶୀର୍ବାଦ ଭିକ୍ଷା କରିବେ । ହେଲେ ମଣ୍ଡପ ପାଖରେ ପହଂଚିବା କ୍ଷଣି ଫେରାଇ ଦେଇଥିଲା ପୁଲିସ । ମଣ୍ଡପ ଯାଏଁ ଯାଇ ହେବ ନାହିଁ କି ଭୋଗ ପୂଜା କରାଯାଇ ପାରିବ ନାହିଁ ବୋଲି କହିଥିଲେ ପୂଜା କମିଟି ସଦସ୍ୟ । ଶେଷରେ ନିରାଶ ମନରେ ଦେବୀଙ୍କ ଦର୍ଶନ ନପାଇ କାନ୍ଦି କାନ୍ଦି ଫେରିଥିଲେ ଭକ୍ତ ।