ମହାପ୍ରଭୁଙ୍କ ଦର୍ଶନ ନପାଇ ବଡଦାଣ୍ଡରୁ ଫେରୁଛି ଭକ୍ତ । ୧୦ଜଣ ପଜିଟିଭ ଚିହ୍ନଟ ପରେ ଘରୋଇ ହସ୍ପିଟାଲରେ କୋଭିଡ ପରୀକ୍ଷା ବନ୍ଦ କଲା ପ୍ରଶାସନ

201

କନକ ବ୍ୟୁରୋ : ଛତିଶଗଡରୁ ଆସିଥିବା ଏହି ଭକ୍ତମାନେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନରୁ ବଂଚିତ ହୋଇଛନ୍ତି । ଭାବବିହ୍ୱଳ ପରିବେଶ । କୋଭିଡ ନେଗେଟିଭ ରିପୋର୍ଟ ନଥିବା କାରଣରୁ ପତିତପାବନଙ୍କୁ ଦର୍ଶନ କରି ଫେରୁଛନ୍ତି । କେବଳ ଏହି ଭକ୍ତମାନେ ନୁହନ୍ତି, ଶ୍ରୀମନ୍ଦିର ପ୍ରଶାସନର ଗାଇଡଲାଇନ ଓ କୋଭିଡ ପରୀକ୍ଷା କଟକଣା କାରଣରୁ ଶ୍ରୀମନ୍ଦିରରେ ଦର୍ଶନାର୍ଥୀଙ୍କ ସଂଖ୍ୟା କମିବାରେ ଲାଗିଛି । ଦିନକୁ ୧୫ ହଜାର ଭକ୍ତଙ୍କ ଦର୍ଶନ ପାଇଁ ବ୍ୟବସ୍ଥା ହୋଇଥିବା ବେଳେ ଏହା ୨ହଜାର ଟପୁନାହିଁ । କୋଭିଡ ପରୀକ୍ଷା ସମସ୍ୟା ଭିତରେ ଧନ୍ଦି ହୋଇ ଫେରୁଛନ୍ତି ଭକ୍ତ ।

୧୦ରୁ ଅଧିକ ପର୍ଯ୍ୟଟକଙ୍କ କୋଭିଡ ରିପୋର୍ଟ ପଜେଟିଭ ଆସିବା ପରେ ସହରରେ ଟେଷ୍ଟିଂ ନ କରିବା ପାଇଁ ନିର୍ଦ୍ଦେଶ ଜାରି କରିଛି ଜିଲ୍ଲା ପ୍ରଶାସନ । ପର୍ଯ୍ୟଟକ ପଜିଟିଭ ଚିହ୍ନଟ ହେବା ପ୍ରଶାସନର ଚିନ୍ତା ବଢାଇ ଦେଇଛି । ଆଗକୁ ଦର୍ଶନ ବ୍ୟବସ୍ଥାରେ କିଛିଟା କୋହଳ ନିତି ଅବଲମ୍ବନ କରାଯାଇପାରେ ବୋଲି କହିଛନ୍ତି ପୁରୀ ଉପ-ଜିଲ୍ଲାପାଳ ।

ସର୍ବସାଧାରଣ ଦର୍ଶନର ତୃତିୟ ଦିନରେ ଶ୍ରୀମନ୍ଦିରରେ ନାହାନ୍ତି ଭକ୍ତ । ଘରୋଇ ମେଡିକାଲ ଏବଂ ସରକାର ମେଡିକାଲରେ ପର୍ଯ୍ୟଟକଙ୍କ ପାଇଁ କୋଭିଡ ପରୀକ୍ଷା ଉପରେ କଟକଣା ଲାଗିବା ପରେ ଏବେ ଠାକୁର ଦର୍ଶନ ସମ୍ଭବ ହୋଇପାରୁନି ଦୂରଦୁରାନ୍ତରୁ ଆସୁଥିବା ଭକ୍ତଙ୍କ ପାଇଁ ।