ନା ଅଛି ବାଦ୍ୟ ନା ସଂଗୀତ ! କିଏ ଦେବଦାସୀ ତ କିଏ ଭିନ୍ନ ରୂପରେ ପ୍ରଭୁଙ୍କୁ ସମର୍ପିତ କରୁଛି ଭକ୍ତି

Advertisment
ନା ଅଛି ବାଦ୍ୟ ନା ସଂଗୀତ ! କିଏ ଦେବଦାସୀ ତ କିଏ ଭିନ୍ନ ରୂପରେ ପ୍ରଭୁଙ୍କୁ ସମର୍ପିତ କରୁଛି ଭକ୍ତି

କନକ ବ୍ୟୁରୋ: ରତ୍ନବେଦୀରୁ ଜନ୍ମବେଦୀକୁ ଆସିଥିଲେ ଚତୁର୍ଦ୍ଧା ମୂରତି । ଆଜି ତାଙ୍କର ଏହି ନବଦିନାତ୍ମକ ଯାତ୍ରାର ଅନ୍ତିମ ଦିନ । ପୁଣି ଥରେ ଶ୍ରୀମନ୍ଦିର ଅଭିମୁଖେ ଯାତ୍ରା କରିବେ ତିନିଠାକୁର । ଏଥିପାଇଁ ସବୁ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି । ଶ୍ରୀଜିଉଙ୍କ ଯଥାରୀତି ନୀତିକାନ୍ତି ଶେଷ ହେବା ପରେ ମଧ୍ୟାହ୍ନ ୧୨ଟା ବେଳେ ଆରମ୍ଭ ହେବ ପହଣ୍ଡି ।

publive-image

ତେବେ ଏହାରି ଭିତରେ ବଡ ଠାକୁରଙ୍କ ବଡ ଦାଣ୍ଡରେ ଦେଖିବାକୁ ମିଳିଛି ଭଗବାନଙ୍କ ପ୍ରତି ଭକ୍ତମାନଙ୍କର ଥିବା ଅନାବିଳ ପ୍ରେମର ଅନେକ ଝିଲକ । କିଏ କାନ୍ଦି କାନ୍ଦି କାଳିଆ ସାଆନ୍ତ ନିକଟରେ ଭକ୍ତି ଉଡାଜି ଦେଉଛି ତ ପୁଣି କିଏ ନାଚି ନାଚି । ଜୟ ଜଗନ୍ନାଥ ଜୟ ଜଗନ୍ନାଥ... ଡାକରେ ଦୁଲୁକି ଯାଉଛି ବଡଦାଣ୍ଡ । ବାସ୍ତବରେ ବଡଦାଣ୍ଡରେ ଏଭଳି ଅପୂର୍ବ ଦୃଶ୍ୟ ଦେଖି ଭକ୍ତ-ଭଗବାନଙ୍କ ମଧ୍ୟରେ କୌଣସି ଅଦୃଶ୍ୟ ଡୋରି ଥିବା ସ୍ପଷ୍ଟ ବାରି ହେଉଛି ।

publive-image

ସବୁଠୁ ବଡ କଥା ହେଲା, ରଙ୍ଗମଞ୍ଚରେ ସଂଗୀତ ଓ ବାଦ୍ୟର ତାଳେ ତାଳେ ନାଚିବା ଏକ ସହଜ କଥା। କିନ୍ତୁ ବିନା ବାଦ୍ୟ ଓ ଗୀତରେ ନୃତ୍ୟ ପ୍ରଦର୍ଶନ କରିବା ନିଶ୍ଚିତ ଭାବେ ଏକ କଳା। ଆଉ ଏହି କଳା ଦେଖିବାକୁ ମିଳିଛି ବିଶ୍ୱପ୍ରସିଦ୍ଧ ବାହୁଡ଼ାଯାତ୍ରାରେ, ଯେଉଁଠି ଶିଳ୍ପୀ ନାଚୁଛି କାଳିଆ ପ୍ରେମରେ ବିନା ସଂଗୀତ ଆଉ ବିନା କୌଣସି ବାଦ୍ୟରେ ଭକ୍ତିପୁତ ଭାବେ ପ୍ରଭୁଙ୍କ ନିକଟରେ ଅର୍ପଣ କରୁଛନ୍ତି ।

publive-image

ସତେ ଯେମିତି ଶରଧାବାଲି ପାଲଟି ଯାଇଛି ରଙ୍ଗମଞ୍ଚ । ପହଣ୍ଡି ହୋଇ ରଥାରୁଢ଼ ହେବେ ତିନି ଠାକୁର । ଆଉ ପ୍ରଭୁଙ୍କ ସାମନାରେ ନୃତ୍ୟ ପରିବେଷଣ କରୁଛନ୍ତି ନୃତ୍ୟାଙ୍ଗନା। ନା ବାଜୁଛି ବାଦ୍ୟ ନା ଶୁଭୁଛି କୌଣସି ଗୀତ। ଏମାନେ ନାଚୁଛନ୍ତି କେବଳ ଭାବରେ। ଆଉ ଭାବରେ ଭାବରେ ଯେମିତି କାଳିଆ ଡୋରୀ ଲାଗିଥାଏ । ସେହିଭଳି ବଡଦାଣ୍ଡରେ ଓଡିଶୀ ଓ ଗୋଟିପୁଅ ନୃତ୍ୟ ପ୍ରଦର୍ଶନ କରୁଛନ୍ତି ନୃତ୍ୟଶିଳ୍ପୀ।

publive-image

ଏହି ନୃତ୍ୟ ପାଇଁ କେବଳ ଭାବ ହିଁ ଯଥେଷ୍ଟ। ଦରକାର ନାହିଁ କୌଣସି ବାଦ୍ୟ, ସଂଗୀତ, ତାଳ, ଲୟ। କାଳିଆର ପ୍ରେମରେ ହିଁ ଥାଏ ଭାବ ଆଉ ଏହି ଭାବ ହିଁ ନାଚିବା ପାଇଁ ଯଥେଷ୍ଟ। ଛୋଟଛୋଟ ନୃତ୍ୟଶିଳ୍ପୀଙ୍କ ଠାରୁ ଅଭିଜ୍ଞ ନୃତ୍ୟଶିଳ୍ପୀ ମଧ୍ୟ କେବଳ ଜଗନ୍ନାଥଙ୍କ ପ୍ରେମରେ ଟାଣି ହୋଇ ପ୍ରତିବର୍ଷ ରଥଯାତ୍ରା ଓ ବାହୁଡ଼ାଯାତ୍ରାରେ ଆସିଥାନ୍ତି । ଆଶା ସୃଷ୍ଟିର ସ୍ରଷ୍ଟା ଶ୍ରୀଜଗନ୍ନାଥଙ୍କ ସମ୍ମୁଖରେ ନିଜ କଳାର ପ୍ରଦର୍ଶନ କରି ଆଶିଷ ନେବା।

publive-image

ଆଜି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାହୁଡ଼ାଯାତ୍ରା ଅବସରରେ ପାରମ୍ପରିକ ନୃତ୍ୟଶିଳ୍ପୀ ବିନା ବାଦ୍ୟ ଓ ସଂଗୀତରେ ନୃତ୍ୟ ପରିବେଷଣ କରିଛନ୍ତି। ରଙ୍ଗମଞ୍ଚରେ ନିଜ କଳାର ପ୍ରଦର୍ଶନ ଓ ଶ୍ରୀଜଗନ୍ନାଥଙ୍କ ସମ୍ମୁଖରେ ବିନା ବାଦ୍ୟ ଓ ସଂଗୀତରେ କେବଳ ଭାବରେ ନୃତ୍ୟ ପ୍ରଦର୍ଶନ ଭିତରେ ଫରକ ରହିଛି। କଳା, ସଙ୍ଗୀତ ଓ ସଂସ୍କୃତିର ସ୍ରଷ୍ଟାଙ୍କ ସମ୍ମୁଖରେ ନିଜ କଳାର ପ୍ରଦର୍ଶନ ସବୁ ପାରମ୍ପରିକ ନୃତ୍ୟଶିଳ୍ପୀଙ୍କ ପାଇଁ ଗର୍ବ ଓ ଗୌରବର କଥା।

publive-image

ଜନ୍ମବେଦୀରୁ ରତ୍ନବେଦୀକୁ ବାହୁଡିବେ ମହାପ୍ରଭୁ  । ରଥ ଉପରେ ଭକ୍ତଙ୍କୁ ଦର୍ଶନ ଦେବେ ଭଗବାନ । ମହାପ୍ରଭୁଙ୍କ ପାଇଁ ନିଜକୁ ସମର୍ପି ଦେଇଛି ଭକ୍ତ । କିଏ କୃଷ୍ଣ ବେଶ ନେଇଛି ତ ଆଉ କିଏ ମହାବୀର ହନୁମାନ । ରଥ ଆଗରେ ନୃତ୍ୟ କରି ଗୀତ ଗାଇ କରିଛନ୍ତି ଆରାଧନା । ପାଗ ମେଘୁଆ ରହିଛି ।  ବର୍ଷା ନାହିଁ । ଶ୍ରୀକ୍ଷେତ୍ରରେ ଜମିଛି ଲକ୍ଷ ଲକ୍ଷ ଭକ୍ତଙ୍କ ଭିଡ। ହାତ ଉଠାଇ ଜୟ ଜଗନ୍ନାଥ ଡାକରେ ପୁରି ଉଠୁଥିଲା ବଡଦାଣ୍ଡ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe