ମହାଶିବରାତ୍ରୀ ପାଇଁ ଚଳଚଂଚଳ ଶୈବପୀଠ: କପିଳାସଳ, ଚନ୍ଦନେଶ୍ୱର, ପଂଚଲିଙ୍ଗେଶ୍ୱର ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ

118

କନକ ବ୍ୟୁରୋ: ମହାଶିବରାତ୍ରୀ ପାଇଁ ମୟୂରଭଞ୍ଜ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ଗୁଡ଼ିକରେ ପ୍ରବଳ ଗହଳି ଦେଖିବାକୁ ମିଳିଛି । ବାରିପଦା ସହରରେ ଥିବା ବୁଢ଼ାରାଉଳ, ବରୁଣେଶ୍ୱର ମନ୍ଦିର ସହ ଶ୍ରଦ୍ଧାଳୁଙ୍କ ନାହିଁ ନଥିବା ଭିଡ଼ ପରିଲିକ୍ଷିତ ହୋଇଛି । ଶ୍ରଦ୍ଧାଳୁଙ୍କ ଶୃଂଖଳିତ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ହୋଇଛି । ସୁରକ୍ଷା ବ୍ୟବସ୍ଥା ଉପରେ ଗୁରୁତ୍ୱ ଦିଆଯାଇଛି ।

ସେହିପରି ଶିବରାତ୍ରୀ ପାଇଁ ଚଳଚଂଚଳ ବାଲେଶ୍ୱରର ପଂଚଲିଙ୍ଗେଶ୍ୱର ପୀଠ । ବାବାଙ୍କ ଦର୍ଶନ ପାଇଁ ଲାଗିଛି ଲମ୍ବା ଲାଇନ୍ । ପୀଠରେ ଦୂରଦୂରାନ୍ତରରୁ ଭକ୍ତ ମାନେ ଆସି ଭିଡ଼ ଜମାଇଛନ୍ତି । ସମୟ ବଢ଼ିବା ସହ ଭକ୍ତ ଭିଡ଼ି ମଧ୍ୟ ବଢ଼ୁଛି । ମନ୍ଦିର ପ୍ରଶାସନ ପକ୍ଷରୁ ଜାଗର ପାଇଁ ସ୍ୱତନ୍ତ୍ର ନିତିକାନ୍ତି କରାଯାଇଛି ।

ସେହିପରି ଚନ୍ଦନେଶ୍ୱର ପୀଠରେ ଲାଗିଛି ଭକ୍ତଙ୍କ ଗହଳି । ଭୋର ୪ଟାରେ ଉଠିବ ମହାଦୀପ । ଓଡ଼ିଶା ସମେତ ପଶ୍ଚିମବଙ୍ଗର ଲକ୍ଷାଧିକ ଶ୍ରଦ୍ଧାଳୁ ବାବାଙ୍କ ଦର୍ଶନ ପାଇଁ ଭିଡ଼ ଲଗାଇଛନ୍ତି । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ନିର୍ଦ୍ଧାରିତ ସମୟରେ ମହାଦୀପ ଉଠିବ ବୋଲି ନିତୀ ନିର୍ଘଂଟ ହୋଇଛି । ଜିଲ୍ଲା ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ଗ୍ରହଣ କରାଯାଇଛି ।

ବଲାଙ୍ଗୀର ଜିଲ୍ଲା କଂଟାବାଞ୍ଜି ସହରର ଜୀବନରେଖା କୁହାଯାଉଥିବା ପମ୍ପୁ ତଲାବ ଏବେ ଅବହେଳିତ ଅବସ୍ଥାରେ ପୁନରୁଦ୍ଧାର ପାଇଁ ଅନୁଦାନ ମିଳିଥିଲେ ମଧ୍ୟ ହେଉନି ପୁନରୁଦ୍ଧାର କାମ । ଅଳ୍ପ କିଛି କାମ କରି ଠିକାଦାର ଟଙ୍କା ହଡ଼ପ କରିଥିବା ଅଭିଯୋଗ ହୋଇଛି । ତେଣୁ ଖୁବ୍ ଶୀଘ୍ର ପୋଖରୀରର ପୁନରୁଦ୍ଧାର କରିବା ପାଇଁ ଦାବି କରିଛନ୍ତି ଅଂଚଳବାସୀ ।