ଶୀତଳ ଷଷ୍ଠୀ ଅବସରରେ ବିଳମ୍ବିତ ରାତିରେ ଦେବ ଦମ୍ପତ୍ତିିଙ୍କ ଯୁଗଳ ବେଶ ଦର୍ଶନ କଲେ ଶ୍ରଦ୍ଧାଳୁ । କେନ୍ଦ୍ରମନ୍ତ୍ରୀ ଉପସ୍ଥିତ ରହି ଆଶୀର୍ବାଦ ନେଲେ

91

କନକ ବ୍ୟୁରୋ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁରର ଶୀତଳଷଷ୍ଠୀ ଯାତ୍ରାରେ ସାମିଲ ହୋଇ ଭଗବାନ ଶିବ ଓ ମାତା ପାର୍ବତୀଙ୍କ ଯୁଗଳମୂର୍ତି ଦର୍ଶନ କରିବା ସହ ମହାଆଳତି କରିଛନ୍ତି । ଏହି ଅବସରରେ ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ଦର୍ଶନ କରିଥିବା ବେଳେ ମାନସିକ ଦୀପ ଜାଳିଥିଲେ କେନ୍ଦ୍ରମନ୍ତ୍ରୀ । ଶିବ-ପାର୍ବତୀ ଦେବଦମ୍ପତିଙ୍କ ଅନନ୍ୟ ପରମ୍ପରାର ପର୍ବ ହେଉଛି ଶୀତଳଷଷ୍ଠୀ । ଏହି ପର୍ବରେ ସାମିଲ ହେବା ପରମ ସୌଭାଗ୍ୟ ବୋଲି ସେ କହିଛନ୍ତି । ସେ ଯେତେବେଳେ ଏହି ପର୍ବରେ ସାମିଲ ହଅନ୍ତି ମନ ଆନନ୍ଦିତ ହୁଏ ବୋଲି କହିଛନ୍ତି । ଶୀତଳଷଷ୍ଠୀ ଏକ ଲୋକପର୍ବ ଓ ଧାର୍ମିକ ପର୍ବ । ଭାଇଚାରା ଓ ସମ୍ପର୍କକୁ ମଜଭୁତ କରିବାର ଦିନ ।