ଶ୍ରୀକ୍ଷେତ୍ରରେ ଶ୍ରଦ୍ଧାଳୁଙ୍କ ଭିଡ଼ । ଦର୍ଶନ ପାଇଁ ଲମ୍ବା ଧାଡ଼ି ଥିବା ବେଳେ ଭକ୍ତ ଅଚେତ୍ । ଜଗା ଦର୍ଶନ ନପାଇ କାନ୍ଦି କାନ୍ଦି ଫେରୁଛନ୍ତି ଭକ୍ତ ।

Advertisment
ଶ୍ରୀକ୍ଷେତ୍ରରେ ଶ୍ରଦ୍ଧାଳୁଙ୍କ ଭିଡ଼ । ଦର୍ଶନ ପାଇଁ ଲମ୍ବା ଧାଡ଼ି ଥିବା ବେଳେ ଭକ୍ତ ଅଚେତ୍ । ଜଗା ଦର୍ଶନ ନପାଇ କାନ୍ଦି କାନ୍ଦି ଫେରୁଛନ୍ତି ଭକ୍ତ ।

କନକ ବ୍ୟୁରୋ: ଶ୍ରୀକ୍ଷେତ୍ରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ । ଦର୍ଶନ ପାଇଁ ଧାଡ଼ିରେ ଯିବା ବେଳେ ଅଚେତ୍ ହୋଇପଡ଼ିଲେ ଭକ୍ତ । ଭିଡ଼ ଭିତରେ ଘଂଟା ଘଂଟା ଧରି ଛିଡ଼ା ହେବ ପରେ ଅସନ୍ତୋଷ ପ୍ରକାଶ କଲେ ବୃଦ୍ଧା । ସେହିପରି ଆଉ ଜଣେ ଶ୍ରଦ୍ଧାଳୁ ଅଚେତ ହୋଇପଡ଼ିଥିବାରୁ ତାଙ୍କୁ ଆମ୍ବୁଲାନ୍ସରେ ମେଡ଼ିକାଲରେ ଭର୍ତି କରାଯାଇଛି । କାର୍ତ୍ତିକ ମାସ ଯୋଗୁଁ ପ୍ରବଳ ଗହଳି ଜମୁଛି । ବ୍ୟାରିକେଟ୍ ବାହାରେ ବଡ଼ଦାଣ୍ଡରେ ଲମ୍ବା ଲାଇନ ଲଗାଇଛନ୍ତି ଶ୍ରଦ୍ଧାଳୁ ।

ସିଂହଦ୍ୱାର ଠାରୁ ମାର୍କେଟ ଛକ ଯାଏଁ ଲମ୍ବା ଲାଇନ୍ ଲାଗିଛି । ଶୃଂଖଳିତ ଦର୍ଶନ ବ୍ୟବସ୍ଥାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ବ୍ୟାରିକେଟରେ ଘଂଟା ଘଂଟା ଧରି ଛିଡ଼ା ହୋଇଛନ୍ତି ଶତାଧିକ ଶ୍ରଦ୍ଧାଳୁ । ଅନେକ ଭକ୍ତ ମହାପ୍ରଭୁଙ୍କୁ ଦର୍ଶନ ପାଉନଥିବାରୁ କାନ୍ଦି କାନ୍ଦି ଫେରୁଥିବାର ଦଆ୍ୟ ଦେଖିବାକୁ ମିଳିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe