ଆଡପମଣ୍ଡପରେ ତିନିଠାକୁର । ଆଜି ଭକ୍ତମାନେ ପାଇଲେ ଆଡପ ଅଭଡା ।

87

କନକ ବ୍ୟୁରୋ: ଆଡପମଣ୍ଡପରେ ଏବେ ତିନିଠାକୁର । କୋଭିଡ ଯୋଗୁଁ ଦୁଇବର୍ଷ ହେବ ଦର୍ଶନ ପାଇବାକୁ ବଞ୍ଚିତ ଥିବା ଭକ୍ତଙ୍କ ଆଡପ ଦର୍ଶନ ପାଇବା ପରେ ପୁରୀରେ ଲାଗିଛି ଭକ୍ତଙ୍କ ଗହଳି । ରଥ ଉପରେ ମହାପ୍ରଭୁ ଦୁଇଦିନ ଧରି ଶୁଖିଲା ମହାପ୍ରସାଦ ଭୋଗ ଖାଉଥିଲେ । ଏବେ ମହାପ୍ରଭୁଙ୍କ ପାଖରେ ଲାଗିଛି ଅନ୍ନପ୍ରସାଦ । ଭକ୍ତମାନେ ପ୍ରସାଦ ରୂପେ ଖାଇବାକୁ ପାଇଛନ୍ତି ସେମାନଙ୍କ ପ୍ରିୟ ଆଡପ ଅଭଡା ।

ସେପଟେ ଆଡପ ଦର୍ଶନ କରିବା ପାଇଁ ମେଡିକାଲ ଛକରୁ ଲମ୍ବା ଲାଇନରେ ବ୍ୟାରିକେଡରେ ଭକ୍ତମାନେ ଶୃଙ୍ଖଳିତ ଦର୍ଶନ କରିଆସୁଛନ୍ତି । ଗହଳି ଥିବା ସତ୍ୱେ ସମସ୍ୟାକୁ ଖାତିର ନ କରି ଭକ୍ତମାନେ ଆଡପମଣ୍ଡପରେ ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି ଏଥିପାଇଁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଗୁଣ୍ଡିଚା ମନ୍ଦିର ଚାରିପଟେ ୪୦ ପ୍ଲାଟୁନ ପୁଲିସ ଫୋର୍ସ ମୁତୟ ହୋଇଛନ୍ତି । ସୋମବାର ମଧ୍ୟାହ୍ନ ଧୂପର ପରେ ହେବ ବନକଲାଗି ନୀତି । ଏଥିପାଇଁ ସବୁ ପ୍ରକାରର ବ୍ୟବସ୍ଥା ହୋଇଛି । ବନକଲାଗି ନୀତି ପାଇଁ ୪ ଘଣ୍ଟା ଲାଗୁଥିବାରୁ ଭକ୍ତଙ୍କ ପାଇଁ ଦର୍ଶନ ସନ୍ଧ୍ୟାରେ ବନ୍ଦ ରହିବ । ୫ ତାରିଖରେ ହେରାଂପଚମୀ ଥିବାରୁ ଏଥିପାଇଁ ବି ପ୍ରସ୍ତୁତି ଆରମ୍ଭ ହୋଇଛି ।