ଶ୍ରୀମନ୍ଦିରକୁ ହାପ୍ ପ୍ୟାଣ୍ଟ ପିନ୍ଧି ଯାଇ ହଟହଟା ଭକ୍ତ: ସିଂହଦ୍ୱାର ସମ୍ମୁଖରେ ଶ୍ରଦ୍ଧାଳୁଙ୍କୁ ଅଟକାଇଲେ ସେବାୟତ

1,163

କନକ ବ୍ୟୁରୋ: ଜାନୁଆରୀ ପହିଲାରୁ ପୁରୀ ଶ୍ରୀମନ୍ଦିରରେ କଡାକଡି ହେବ ପୋଷାକ ପରିଧାନ କଟକଣା । ସଚେତନତା କରୁଛନ୍ତି ମନ୍ଦିର ପ୍ରଶାସନ ସହ ସେବାୟତ । ଏହାରି ଭିତରେ ଆଜି ଜଣେ ପର୍ଯ୍ୟଟକ ମନ୍ଦିରକୁ ହାପ୍ ପ୍ୟାଂଟ ପିନ୍ଧି ଯାଇ ହଟହଟା ହୋଇଛି । ମନ୍ଦିରରେ ପ୍ରବେଶ କରିବା ବେଳେ ପୁରୀ ସେବାୟତ ତାଙ୍କୁ ସିଂହଦ୍ୱାର ସମ୍ମୁଖରେ ଅଟକାଇ ଥିଲେ । ହାପ୍ ପ୍ୟାଂଟ ଉପରେ ଧୋତି ପିନ୍ଧାଇଥିଲେ ସେବାୟତ । ପରେ ମନ୍ଦିର ଭିତରକୁ ଯିବାକୁ ଶ୍ରଦ୍ଧାଳୁଙ୍କୁ ଅନୁମତି ମିଳିଥିଲା ।