କନକ ବ୍ୟୁରୋ : ଦଶହରା ଆସିଛି । ହେଲେ ଦଶହାରରେ ଜମୁଥିବା ବେପାର ଏଥର ମାନ୍ଦା ପଡିଯାଇଛି । ପୂଜା ମଣ୍ଡପକୁ କେହି ଆସୁନଥିବାରୁ ଉଠାଦୋକାନୀ ଓ ବୁଲା ବିକାଲିଙ୍କୁ ବେପାର ଠପ ହୋଇଯାଇଛି । ସେହିପରି ଘର ଘର ବୁଲି ଘରକରଣା ସାମଗ୍ରୀ ବିକୁଥିବା ବୁଲା ବିକାଲିଙ୍କ ସାମଗ୍ରୀ ମଧ୍ୟ କରୋନା ଭୟରେ କେହି କିଣୁ ନାହାନ୍ତି ।
ଏଥର ଦଶହରା ଉଠାଦୋକାନୀ ଓ ବୁଲା ବିକାଲିଙ୍କୁ ନିରାଶ କରିଛି । କରୋନା କଟକଣା ଭିତରେ ମାଆ ଦୁର୍ଗାଙ୍କ ପୂଜା କେବଳ ଭକ୍ତଙ୍କୁ କଷ୍ଟ ଦେଇଛି ତା ନୁହେଁ, ଉଠା ଦୋକାନୀ ଓ ବୁଲା ବିକାଲିଙ୍କ ବେପାର ବି ଠପ୍ କରିଦେଇଛି ।
କଟକ ଭୁବନେଶ୍ୱର ପୂଜା ପେଣ୍ଡାଲ ଆଗରେ ଖାଁ ଖାଁ ଗୋଡାଉଛି । ପୂଜା ପେଣ୍ଡାଲ ପାଖରେ ଉଠାଦୋକାନୀ, ବେଲୁନ ବାଲା, ଖେଲଣା ଦୋକାନର ପସରା ମେଳିଛି । ହେଲେ କରୋନା କଟକଣା ଯୋଗୁଁ କେହି ପୂଜା ପେଣ୍ଡାଲକୁ ଆସୁ ନାହାନ୍ତି, ଆଉ କିଣା କିଣି କରିବ କିଏ । ଲକଡାଉନ ପରେ ଦଶହରାରରେ ଦୁଇ ପଇସା ରୋଜଗାର କରିବାର ଆଶା ରଖିଥିବା ବୁଲା ବିକାଲି କେବଳ ଭାଗ୍ୟକୁ ନିନ୍ଦି ଚୁପ ରହୁଛନ୍ତି ।