କନକ ବ୍ୟୁରୋ: କର୍ତ୍ତାରପୁର କରିଡର୍ ପଛରେ ରହିଛି ପାକ୍ ସେନା ମୁଖ୍ୟ ଜେନେରାଲ କମର୍ ଜାଭେଦ ବାଜୱାଙ୍କ ବଡ଼ ଷଡ଼ଯନ୍ତ୍ର । ଅନ୍ୟ କେହି ନୁହେଁ, ଏପରି ମନ୍ତବ୍ୟ ଦେଇଛନ୍ତି ପାକିସ୍ତାନର ରେଳମନ୍ତ୍ରୀ ଶେଖ୍ ରଶିଦ୍ । ଏହାକୁ ନେଇ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ କଡ଼ା ପ୍ରତିକ୍ରିୟା ରଖିଛନ୍ତି । ପାକିସ୍ତାନର ଅସଲ ଉଦ୍ଦେଶ୍ୟ ପୁଣି ପଦକାୁ ଆସିଛି ବୋଲି କହିଛନ୍ତି ଅମରିନ୍ଦର ।
ପାକିସ୍ତାନର କର୍ତାରପୁର । ଯେଉଁଠି ଶିଖ୍ ସଂପ୍ରଦାୟର ମୂଳଦୁଆ ପକାଇଥିଲେ ଗୁରୁ ନାନକ । ତେଣୁ ପ୍ରତ୍ୟେକ ଶିଖ ଧର୍ମାବଲମ୍ବୀଙ୍କ ପାଇଁ ଏହା ଅତି ପବିତ୍ର ସ୍ଥାନ । ହେଲେ ଦେଶ ବିଭାଜନ ପରେ ଏଠାରେ ଉପାସନା କରିବାରୁ ବଂଚି ହୋଇ ଆସୁଥିଲେ ଭାରତର ଅଢ଼େଇ କୋଟିରୁ ଅଧିକ ଶିଖ୍ । ତେବେ କର୍ତାରପୁର କରିଡର ଖୋଲିବା ପରେ ସେମାନଙ୍କ ମନରେ ନୂଆ ଉତ୍ସାହ ଖେଳି ଯାଇଥିଲା । କର୍ତ୍ତାରପୁର କରିଡର ପଛରେ କ’ଣ ରହିଛି ଉଦ୍ଦେଶ୍ୟ? ପାକିସ୍ତାନ ରେଳମନ୍ତ୍ରୀଙ୍କ ବୟାନ ପରେ ଉଠିଲା ପ୍ରଶ୍ନ । କର୍ତ୍ତାରପୁର କରିଡର୍ ପଛରେ ରହିଛି ପାକ୍ ସେନା ମୁଖ୍ୟ ଜେନେରାଲ କମର୍ ଜାଭେଦ ବାଜୱାଙ୍କ ବଡ଼ ଷଡ଼ଯନ୍ତ୍ର । ଅନ୍ୟ କେହି ନୁହେଁ, ଏପରି ମନ୍ତବ୍ୟ ଦେଇଛନ୍ତି ପାକିସ୍ତାନର ରେଳମନ୍ତ୍ରୀ ଶେଖ୍ ରଶିଦ୍ । ସେ କହିଛନ୍ତି, କର୍ତାରପୁର କରିଡର ପାକ୍ ସେନା ମୁଖ୍ୟଙ୍କ ମାନସ ସନ୍ତାନ । ଏହା ସବୁବେଳେ ଭାରତ କ୍ଷତାକ୍ତ କରୁଥିବ ।
ପାକିସ୍ତାନର ରେଳମନ୍ତ୍ରୀଙ୍କ ବୟାନ ଉପରେ କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ପଂଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ । ସେ କହିଛନ୍ତି, ପାକିସ୍ତାନର ଅସଲ ମୁଖା ଖୋଲିଯାଇଛି । କର୍ତ୍ତାରପୁର କରିଡର ପଛରେ ପଡ଼ୋଶୀ ରାଷ୍ଟ୍ରର ଭୟଙ୍କର ଷଡ଼ଯନ୍ତ୍ର ଥିବା ସତର୍କ କରାଇଛନ୍ତି ପଂଜାବ ମୁଖ୍ୟମନ୍ତ୍ରୀ । ତେବେ କର୍ତ୍ତାରପୁର କରିଡର ଖୋଲିବା ପୂର୍ବରୁ ଏଥିରେ ପାକିସ୍ତାନର ମନ୍ଦ ଉଦ୍ଦେଶ୍ୟ ଥିବା ଆଶଙ୍କା କରିଥିଲେ ପଂଜାବ ମୁଖ୍ୟମନ୍ତ୍ରୀ । ଗୋଟିଏ ପଟେ, ଏହି କରିଡର ଦୁଇ ଦେଶ ମଧ୍ୟରେ ଶାନ୍ତି ପ୍ରତିଷ୍ଠା କରିବ ବୋଲି ଭାରତ ଆଶା କରୁଛି, ଅନ୍ୟପଟେ ପାକିସ୍ତାନ ଷଡଯନ୍ତ୍ରର ନୀଳ ନକ୍ସା ଆଙ୍କୁଛି ବୋଲି କହିଛନ୍ତି ଅମରିନ୍ଦର ।
ସେହିଭଳି ପାକିସ୍ତାନ ରେଳମନ୍ତ୍ରୀଙ୍କ ବୟାନ ପରେ ଇମ୍ରାନ ସରକାର ସହ ଘନିଷ୍ଠ ସଂପର୍କ ରଖିଥିବା ନବଜ୍ୟୋତ ସିଂହଙ୍କୁ ସତର୍କ କରିଛନ୍ତି ପଂଜାବ ମୁଖ୍ୟମନ୍ତ୍ରୀ । ପାକିସ୍ତାନକୁ ଚେତାବନୀ ଦେଇ ଅମରିନ୍ଦର କହିଛନ୍ତି, ଭାରତର ସୁରକ୍ଷା ଓ ଅଖଣ୍ଡତା ପ୍ରତି ଯଦି ବିପଦ ସୃଷ୍ଟି ହେବ, ତେବେ ଏହାର କୁପରିଣାମ ଭୋଗିବ ପଡ଼ୋଶୀ ରାଷ୍ଟ୍ର ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/12/2-1.png)
/kanak/media/post_attachments/wp-content/uploads/2019/12/Capture1.jpg)
/kanak/media/post_attachments/wp-content/uploads/2019/12/Capture3.jpg)