କନକ ବ୍ୟୁରୋ : ଜଗନ୍ନାଥପ୍ରେମୀଙ୍କ ପାଇଁ ଖୁସିଖବର । ଛତିଶାନିଯୋଗ ବୈଠକରେ ନିଆଗଲା ବଡ ନିଷ୍ପତ୍ତି । ଉଭୟ ରଥଯାତ୍ରା ଓ ସ୍ନାନଯାତ୍ରା ପାଇଁ ବ୍ୟବସ୍ଥାବଳୀ ନିର୍ଦ୍ଧାରଣ କରାଗଲା । ସେବାୟତ ମାନଙ୍କୁ ଆଚରଣ ଓ ଉତ୍ତାରଣ  ଧ୍ୟାନ ଦେବାକୁ ଆଲୋଚନା ହୋଇଛି । ୧୫ ଦିନ ଅଣସର ଘରେ ରହିବେ ମହାପ୍ରଭୁ । ଶ୍ରୀଜିଉଙ୍କୁ ଅତି ପାଖରୁ ଦର୍ଶନ କରିବେ ଭକ୍ତ । ଏହାଛଡା,

ଦର୍ଶନ ସମୟରେ ଶ୍ରୀଜିଉଙ୍କ ସାମ୍ନାରେ ରହିପାରିବେନି ସେବାୟତ

୩ ଘଣ୍ଟା ଧରି ସ୍ନାନବେଦୀରେ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ ଭକ୍ତ

Advertisment

ହାତୀବେଶରେ ମହାପ୍ରଭୁଙ୍କୁ ଦର୍ଶନ କରିବେ ଭକ୍ତ, କିନ୍ତୁ ଏହି ସମୟରେ କେହି ସ୍ପର୍ଶ କରିପାରିବେ ନାହିଁ

ନୀତିକାନ୍ତି କିଭଳି ଶୃଙ୍ଖଳିତ ରହିବ ତାହା ଉପରେ ଗୁରୁତ୍ୱ ଦିଆଯାଇଛି

ପ୍ରାତଃ ସମୟରୁ କିଭଳି ସ୍ନାନମଣ୍ଡପକୁ ମହାପ୍ରଭୁ ଆସିବେ ସେନେଇ ଆଲୋଚନା ହୋଇଛି

ଶାନ୍ତି ଶୃଙ୍ଖଳାର ସହ ଭକ୍ତ କିଭଳି ମହାପ୍ରଭୁଙ୍କ ଦର୍ଶନ କରିବେ ସେନେଇ ବ୍ୟବସ୍ଥା ହୋଇଛି