କରୋନା ମୁକାବିଲା : ଆସନ୍ତାକାଲି ଠାରୁ ଧାର୍ମିକସ୍ଥଳ ଗୁଡିକୁ ଶ୍ରଦ୍ଧାଳୁଙ୍କ ଆସିବା ଉପରେ ଲାଗିଲା କଟକଣା, ପୂର୍ବଭଳି ଜାରି ରହିବ ନୀତିକାନ୍ତି ।

378

କନକ ବ୍ୟୁରୋ : ଓଡ଼ିଶା କରୁଛି କରୋନା ମୁକାବିଲା । ପୂରା ବିଶ୍ୱରେ କରୋନା ଏବେ ୧୭୬ ଦେଶକୁ ବ୍ୟାପିଥିବା ବେଳେ ଏହାର ମୁକାବିଲା ପାଇଁ ଗୋଟିଏ ପରେ ଗୋଟିଏ ପଦକ୍ଷେପ ନେଉଛନ୍ତି ରାଜ୍ୟ ସରକାର । ଏସବୁ ଭିତରେ ଆସନ୍ତାକାଲି ଠାରୁ ସମସ୍ତ ଧାର୍ମିକସ୍ଥଳ ଗୁଡିକରେ ଶ୍ରଦ୍ଧାଳୁଙ୍କ ଆସିବା ଉପରେ କଟକଣା ଲଗାଇଛନ୍ତି ରାଜ୍ୟ ସରକାର । ତେବେ ଏହି ଧର୍ମାନୁଷ୍ଠାନ ଗୁଡିକରେ ପୂର୍ବଭଳି ନୀତିକାନ୍ତି ଯେପରି ଜାରି ରହିବ ସେଥିପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ।

ଏହାପୂର୍ବରୁ ପୁରୀ ଜିଲ୍ଲା ପ୍ରଶାସନ ଆସନ୍ତାକାଲି ଠାରୁ ଶ୍ରୀମନ୍ଦିରକୁ ଶ୍ରଦ୍ଧାଳୁଙ୍କ ଆସିବା ଉପରେ କଟକଣା ଲଗାଇଛି । ଆସନ୍ତ ଏପ୍ରିଲ ୧ ତାରିଖ ପର୍ଯ୍ୟନ୍ତ ଏହି କଟକଣା ଜାରି ରହିବ ବୋଲି କୁହାଯାଇଛି । ସେବାୟତଙ୍କ ସହ ଆଲୋଚନା ପରେ ଏଭଳି ନିଷ୍ପତି ନିଆଯାଇଛି । ଏହାପୂର୍ବରୁ ଘୋଷଣାପତ୍ର ଓ ମାସ୍କ ପିନ୍ଧିଥିବା ବ୍ୟକ୍ତିଙ୍କୁ ମନ୍ଦିର ଭିତରକୁ ଛଡା ଯାଉଥିଲା । କିନ୍ତୁ କରୋନା ଭାଇରସର ପ୍ରଭାବକୁ ଦୃଷ୍ଟିରେ ରଖି ଏପ୍ରିଲ ପହିଲା ପର୍ଯ୍ୟନ୍ତ ଶ୍ରୀମନ୍ଦିରକୁ ଶ୍ରଦ୍ଧାଳୁଙ୍କ ଆସିବା ଉପରେ ରୋକ ଲଗାଯାଇଛି । ତେବେ ପୂର୍ବଭଳି ମହାପ୍ରଭୁଙ୍କର ନୀତିକାନ୍ତି ଜାରି ରହିବ ବୋଲି କୁହାଯାଇଛି ।