ଦେହକୁ ଯନ୍ତ୍ରଣା ଦେଇ ଭଗବାନଙ୍କୁ ପାଇବା ପାଇଁ ଉଦ୍ୟମ । ଦେହରେ କଂଟା ଫୋଡି, ଚାବୁକରେ ପିଟି ଦେବାଦେବୀଙ୍କୁ ସନ୍ତୁଷ୍ଟ କରିବାକୁ ଚେଷ୍ଟା କରୁଛନ୍ତି ଆଦିବାସୀ ।

101

କନକ ବ୍ୟୁରୋ: ଇଶ୍ୱରଙ୍କ ପ୍ରସନ୍ନ କରିବା ଲାଗି ଭକ୍ତ ଲହୁ ଲୁହାଣ । ନିଜକୁ ଆଘାତ ଦେଇ ଠାକୁରଙ୍କୁ ପ୍ରସନ୍ନ କରୁଛନ୍ତି ଭକ୍ତ । ମାଲକାନଗିରି ଜିଲ୍ଲା ପ୍ରସିଦ୍ଧ ବଡ ଯାତ୍ରାରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ମାଲକାନଗିରି ବଡଯାତ୍ରାର ନିଆରା ପରମ୍ପରା,  କିଏ ଲୁହା କଂଟାରେ ନିଜକୁ ଆଘାତ ଦେଉଛି ତ ଆଉ କିଏ ଲୁହା ଛଡ ବା ଚାବୁକ ସହାୟତାରେ ମାଡ ମାରୁଛି । ଠାକୁରଙ୍କୁ ସନ୍ତୁଷ୍ଟ କରିବା ଉଦେଶ୍ୟରେ କାଳିଶି ନୃତ୍ୟରେ ମାତିଛନ୍ତି ମହିଳା ପୂଜକମାନେ । ୧୦ ଦିନ ହେଲା ମାଲକନଗିରି ଜିଲ୍ଲାର ପ୍ରସିଦ୍ଧ ବଡ ଯାତ୍ରା ଜାରି ରହିଛି । ଏହି ଯାତ୍ରା ଏବେ ଶେଷ ପର୍ଯ୍ୟାୟରେ ପହଁଚିଛି । ତିନି ଠାକୁର କୃଷ୍ଣ ଭିମ ଓ ଅର୍ଜୁନ ମାଲକାନଗିରି ମାଉଳି ମାଆଙ୍କ ମନ୍ଦିରରେ ପୂଜା ପାଉ ଥିବା ବେଳେ ସେଠାରେ ଲାଗିଛି ଗୁଣି, ଦିଶାରୀ, ସୀରା, ପୂଜକ ଓ ଶ୍ରଦ୍ଧାଳୁଙ୍କ ଭିଡ । ଆଉ ତିନି ଠାକୁରଙ୍କୁ ପ୍ରସନ୍ନ କରିବା ସହ ନିଜ ଗାଁ ଓ ପରିବାର ଶୁଭ ମନାସି ଦିଶାରୀ, ପୁଜକ ତଥା ସାଧକମାନେ ନିଜକୁ କଷ୍ଟ ଦେଇ ଦୁଃସାହସିକ କ୍ରୀଡା ପ୍ରଦର୍ଶନ କରୁଛନ୍ତି ।