କନକ ବ୍ୟୁରୋ: କୁହାଯାଏ ମହାଦେବ କୋପରେ ବର ଦିଅନ୍ତି ନହେଲେ ତପରେ ବର ଦିଅନ୍ତି । ଶିବଙ୍କ ଉପାସନା କରିବା କଷ୍ଟକର ହୋଇଥାଏ । ପୁରାଣରେ ବର୍ଣ୍ଣିତ ରହିଥିବା ଅନେକ କାହାଣୀକୁ ଯଦି ଆମେ ଦେଖିବା ତାହେଲେ ଶିବଙ୍କଠାରୁ ବର ପାଇବା ପାଇଁ ବହୁ କଷ୍ଟ ସହିବାକୁ ପଡ଼ିଥିବା ଜାଣିଥିବେ । ଏବେ ଶ୍ରାବଣ ମାସ ଚାଲିଥିବାବେଳେ ବାବାଙ୍କ ମସ୍ତକରେ ଜଳାଭିଶେକ କରିବା ପାଇଁ କାଉଡିଆଙ୍କ ଭିଡ଼ ଲାଗୁଛି । ଚଳିତବର୍ଷ ଯୋଡ଼ା ଶ୍ରାବଣ ପଡ଼ୁଥିଲେ ଥିଲେ କାଉଡ଼ିଆମାନେ କାଷ୍ଟାର ସହ ଭୋଲାବାବାଙ୍କ ପାଇଁ ଜଳ ନେଇ ଯାଉଛନ୍ତି । କିନ୍ତୁ ଏହାରି ଭିତରେ ଜଣେ ଯୁବ ସନସ୍ୟୀଙ୍କ କାଷ୍ଟା, ଉପାସନାକୁ ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି । ଯିଏକି ୨୧ ଦିନ ହେବ ମୌନବ୍ରତ ପାଳନ କରୁଛନ୍ତି । କେବଳ ଗୋଟିଏ ଝୁଲା ସାହାଯ୍ୟରେ ଠିଆ ହୋଇ ରହିଛନ୍ତି । ତେବେ ଆସନ୍ତୁ ନଜର ପକାଇବା ଏଭଳି ଉପାସନା ପଛର କାରଣ କଣ?
ଭାରତ-ପାକିସ୍ତାନ ସୀମାରେ ଅବସ୍ଥିତ ଜୈସାଲେମାରରେ ଜଣେ ଯୁବ ସନ୍ୟାସୀ ଜନ କଲ୍ୟାଣ ତଥା ଧର୍ମ ସୁରକ୍ଷାର ବାର୍ତ୍ତା ଦେବା ପାଇଁ ଏଭଳି ନିଆରା ପଦକ୍ଷେପ ନେଇଛନ୍ତି । ଜୈସାଲେମାର ସହରରେ ଅବସ୍ଥିତ ଚନ୍ଦ୍ରଶେଖର ମହାଦେବ ମନ୍ଦିରର ମଠାଧିସ ଭଗବାନ ଭାରତୀ ଏଭଳି କାଷ୍ଠାରେ ଉପାସନା କରୁଥିବା ନଜର ଆସିଛନ୍ତି ।
କଠୋର ଉପାସନାରେ ମୌନବ୍ରତ ପାଳନ କରି ଛିଡ଼ା ହୋଇଥିବା ଭଗବାନ ଭାରତୀଙ୍କୁ ଦେଖିବା ପାଇଁ ରାଜସ୍ଥାନର ବିଭିନ୍ନ ସ୍ଥାନ ସହ ପଞ୍ଜାବ, ହରିୟାଣା, ଉତରପ୍ରଦେଶ ଆଦି ସ୍ଥାନରୁ ଭକ୍ତଙ୍କ ଭିଡ଼ ଜମିବାରେ ଲାଗିଛି । ଜନ କଲ୍ୟାଣ ତଥା ଧର୍ମର ସୁରକ୍ଷା ନିମନ୍ତେ ଉପାସନା କରୁଥିବା ଏହି ଯୁବ ସନ୍ୟାସୀ ଭକ୍ତମାନେ ପ୍ରଶଂସା ମଧ୍ୟ କରୁଛନ୍ତି ।
ଯଦି ଆମେ ମହନ୍ତ ଭଗବାନ ଭାରତୀଙ୍କ କଥା କହିବା ତାହେଲେ ସେ ଦେବ ଗାଁର ବାସିନ୍ଦା ଅଛନ୍ତି । ଭକ୍ତିରେ ବିଶ୍ୱାସ କରୁଥିବା ଭାରତୀ ପିଲାଟି ଦିନରୁ ଭଗବାନଙ୍କୁ ବିଶ୍ୱାସ କରି ଆସୁଥିଲେ । ପଂଚାୟତ ସମିତିରେ ସେ କମ୍ପ୍ୟୁଟର ଅପରେଟରଭାବେ କାମ କରୁଥିବାବେଳେ ପରିବାର ସହ ରହୁଥିଲେ । ୮ଶହ ବର୍ଷ ପୁରୁଣା ଚନ୍ଦ୍ରଶେଖର ମହାଦେବଙ୍କ ମନ୍ଦିର ପରିଦର୍ଶନରେ ଯାଇଥିଲେ ଭଗବାନ ଭାରତୀ । ସେଠାରେ ଥିବା ମହନ୍ତଙ୍କ ସେବା କରିବା ସହ ଭଗବାନ ଭାରତୀଙ୍କ ଭକ୍ତି ବଢ଼ିବାରେ ଲାଗିଥିଲା । ଧିରେ ଧିରେ ସେ ସେଠାରେ ରହିବାକୁ ଲାଗିଥିଲେ । ପରେ ଚାକିରୀ ଛାଡ଼ି ସେଠାରେ ରହିଥିଲେ । ପରେ ବୃଦ୍ଧ ମହନ୍ତଙ୍କ ମୃତ୍ୟୁ ପରେ ସେଠାରେ ଗାଦପତି ହୋଇଛନ୍ତି । ଯେଉଁଥି ପାଇଁ ସେ ମଧ୍ୟ ଚଚ୍ଚାରେ ରହିଥିଲେ ।
ହରିଦ୍ୱାରା ଦର୍ଶନ ଧାମ ଆଶ୍ରମର ଆଚାର୍ଯ୍ୟ ପ୍ରଶାନ୍ତ କହିଛନ୍ତି କି, କରୋନା କାଳ ୨୦୨୧ ମସିହାରେ ହରିଦ୍ୱାରରୁ କାଉଡିଯାତ୍ରାରେ ଜେସଲମାରରେ ପହଚିଂଥିଲେ । ସେ ପ୍ରଥମେ ଗଙ୍ଗା ଜଳି ଧରି ପୀଠରେ ପହଚିଥିବାବେଳେ ଜଳାଭିଷେକ କରିଥିଲେ । ଏଥରକ ସେ ୨୧ ଦିନ ଛିଡ଼ା ହୋଇ ମୌନବ୍ରତ ପାଳନ କରିବା ପାଇଁ ସଂକଳ୍ପ କରିଛନ୍ତି ।