ମା’ଙ୍କୁ ମନଖୋଲି ଦାନ । ମଝି ଘରିଆଣୀଙ୍କ ହୁଣ୍ଡିରୁ ମିଳିଲା ୫୪ ଲକ୍ଷରୁ ଅଧିକ ଟଙ୍କା । ଅଚଳ ଟଙ୍କା ବି ଦାନ କରିଥିଲେ ଭକ୍ତ ।

Advertisment
ମା’ଙ୍କୁ ମନଖୋଲି ଦାନ । ମଝି ଘରିଆଣୀଙ୍କ ହୁଣ୍ଡିରୁ ମିଳିଲା ୫୪ ଲକ୍ଷରୁ ଅଧିକ ଟଙ୍କା । ଅଚଳ ଟଙ୍କା ବି ଦାନ କରିଥିଲେ ଭକ୍ତ ।

ରାୟଗଡାର ଅଧିଷ୍ଠାତ୍ରୀ ଦେବୀ ମାଆ ମଝି ଘରିଆଣୀଙ୍କ ହୁଣ୍ଡି ଚଳିତ ବର୍ଷ ତୃତୀୟ ଥର ପାଇଁ ଖୋଲିଛି। ଏହି ହୁଣ୍ଡିରୁ ବାହାରିଥିବା ଟଙ୍କା ଗଣତି ସକାଳୁ ନେଇ ରାତି ୮ଟା ପର୍ୟ୍ୟନ୍ତ ଚାଲିଥିଲା। ମାଆଙ୍କ ହୁଣ୍ଡିରୁ ୫୪ଲକ୍ଷ ୫୧ହଜାର ୨୯୪ଟଙ୍କା ବାହାରିଥିବା ବେଳେ ୪୫ଗ୍ରାମ ସୁନା ଓ ୧କେଜି ୮୭୦ ଗ୍ରାମ ରୂପା ବି ବାହାରିଛି। କେବଳ ଏତିକି ନୁହେଁ ଏହି ହୁଣ୍ଡିରୁ ୪୮ହଜାର ୫୦୦ପୁରଣା ଟଙ୍କା ବି ବାହାରିଛି।

ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ ହୁଣ୍ଡି ଟଙ୍କା ଗଣତି ଦାୟିତ୍ୱ ନେଇଥିବା ବେଳେ ପୁଲିସ ଓ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଦାନ ଟଙ୍କା ଗଣତି ଚାଲିଥିଲା। ଟଙ୍କା ଗଣତି କାମରେ ଗ୍ରାମ୍ୟ ବ୍ୟାଙ୍କ କର୍ମଚାରୀ, ସ୍ଥାନୀୟ ସତ୍ୟସାଇ ଅନୁଷ୍ଠାନ ଓ ଭେଙ୍କେଟେଶ୍ୱର ମନ୍ଦିର କମିଟି ସଦସ୍ୟ ଲାଗିଥିଲେ।

ଟଙ୍କା ଗଣିବା ପାଇଁ ମେସିନ ମଧ୍ୟ ମଝି ଘରିଆଣୀଙ୍କ ମନ୍ଦିରରେ ରଖାଯାଇଥିଲା। ମାଆଙ୍କ ଦର୍ଶନ ପାଇଁ ରାୟଗଡା ସମେତ ପଡୋଶୀ ଆନ୍ଧ୍ରପ୍ରଦେଶ ଓ ଛତିଶଗଡର ଲୋକମାନେ ଆସିଥାନ୍ତି । ଆଉ ଦାନ ସୂତ୍ରରେ ମାଆଙ୍କ ହୁଣ୍ଡିରେ ଟଙ୍କା ଓ ସୁନା ରୂପା ପକାଇଥାନ୍ତି । ପ୍ରତି ୩ ମାସରେ ଥରେ ମାଆଙ୍କ ହୁଣ୍ଡି ଖୋଲାଯାଇଥାଏ । ଗତ ଜୁନ୍ ମାସରେ ମଝିଘରିଆଣୀଙ୍କ ହୁଣ୍ଡି ଖୋଲାଯାଇଥିବା ବେଳେ ସେଥିରୁ ୬୩ ଲକ୍ଷ ଟଙ୍କା ୧୦୨ ଗ୍ରାମ ସୁନା ଓ ୨ କେଜି ରୂପା ବାହାରିଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe