ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ୩ଟି ସୁନା ଜିଭଛେଲା ପ୍ରଦାନ : ଶ୍ରୀମନ୍ଦିରକୁ ସୁନା ଜିଭଛେଲା ପ୍ରଦାନ କଲେ ଶ୍ରଦ୍ଧାଳୁ

133

କନକ ବ୍ୟୁରୋ : ଶ୍ରୀମନ୍ଦିରକୁ ସୁନା ଜିଭଛେଲା ଦାନ କଲେ ଶ୍ରଦ୍ଧାଳୁ । ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ୩ଟି ସୁନା ଜିଭ ଛେଲା ଦାନ କରିଛନ୍ତି ଭୁବନେଶ୍ୱର ନିବାସୀ ଭକ୍ତ ପଦ୍ମଚରଣ ପାତ୍ର । ଶ୍ରୀମନ୍ଦିର ମୁଖ୍ୟ କାର୍ଯ୍ୟାଳୟ ଠାରେ ମୁଖ୍ୟ ପ୍ରଶାସକ , ଅନ୍ୟ ବରିଷ୍ଠ ଅଧିକାରୀ ଓ ବରିଷ୍ଠ ସେବାୟତଙ୍କ ଉପସ୍ଥିତିରେ ତିନୋଟି ସୁନା ଜିଭ ଛେଲା ଦାନ କରିଛନ୍ତି ପଦ୍ମଚରଣ ।

୩ଟି ସୁନା ଜିଭ ଛେଲାରେ ୯୦ ଗ୍ରାମ୍ ୩୩୦ ମିଲିଗ୍ରମ ସୁନା ବ୍ୟବହାର ହୋଇଛି  । ପ୍ରତିଦିନ ମହାପ୍ରଭୁଙ୍କ ଅବକାଶ ନୀତି ସମୟରେ ସୁବର୍ଣ୍ଣ ଜିଭଛେଲା ବ୍ୟବହାର ହୋଇଥାଏ । ପୂର୍ବରୁ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଶ୍ରୀ ପାତ୍ର ୩ହଳ ସୁବଣ୍ଣ ସୂର୍ଯ୍ୟ ଚନ୍ଦ୍ର ଦାନ କରିଥିଲେ ।