କନକ ବ୍ୟୁରୋ : ଶ୍ରୀମନ୍ଦିରକୁ ସୁନା ଜିଭଛେଲା ଦାନ କଲେ ଶ୍ରଦ୍ଧାଳୁ । ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ୩ଟି ସୁନା ଜିଭ ଛେଲା ଦାନ କରିଛନ୍ତି ଭୁବନେଶ୍ୱର ନିବାସୀ ଭକ୍ତ ପଦ୍ମଚରଣ ପାତ୍ର । ଶ୍ରୀମନ୍ଦିର ମୁଖ୍ୟ କାର୍ଯ୍ୟାଳୟ ଠାରେ ମୁଖ୍ୟ ପ୍ରଶାସକ , ଅନ୍ୟ ବରିଷ୍ଠ ଅଧିକାରୀ ଓ ବରିଷ୍ଠ ସେବାୟତଙ୍କ ଉପସ୍ଥିତିରେ ତିନୋଟି ସୁନା ଜିଭ ଛେଲା ଦାନ କରିଛନ୍ତି ପଦ୍ମଚରଣ ।
୩ଟି ସୁନା ଜିଭ ଛେଲାରେ ୯୦ ଗ୍ରାମ୍ ୩୩୦ ମିଲିଗ୍ରମ ସୁନା ବ୍ୟବହାର ହୋଇଛି । ପ୍ରତିଦିନ ମହାପ୍ରଭୁଙ୍କ ଅବକାଶ ନୀତି ସମୟରେ ସୁବର୍ଣ୍ଣ ଜିଭଛେଲା ବ୍ୟବହାର ହୋଇଥାଏ । ପୂର୍ବରୁ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଶ୍ରୀ ପାତ୍ର ୩ହଳ ସୁବଣ୍ଣ ସୂର୍ଯ୍ୟ ଚନ୍ଦ୍ର ଦାନ କରିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/07/17-25.jpg)